pakka

ଲୋଇସିଂହା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ବି ସ୍କୁଲ ଫୋରମ ଏବଂ “ଏଓକ” ଇଣ୍ଡିଆ ନଲେଜ ସେଣ୍ଟରର ମିଳିତ ସହଯୋଗରେ ଲୋଇସିଂହା ମହାବିଦ୍ୟାଳୟ ଅର୍ଥନୀତି ସ୍ନାତକ ବିଭାଗ ଦ୍ୱାରା ଅନୁଷ୍ଠାନ ପରିସରରେ “ଅର୍ଥନୈତିକ ପରିଚାଳନା ଓ କୋଭିଡ-୧୯” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି ବିଭାଗ ମୁଖ୍ୟ ସୁନୀତି ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ଏଓକ ଇଣ୍ଡିଆ”ର ରିସୋର୍ସ ପର୍ସନ ସନତ ଭରଦ୍ୱାଜ ଯୋଗ ଦେଇ ଆଲୋଚନା ଚକ୍ର ପ୍ରସ୍ତୁତ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ତଥା ବୁଦ୍ଧିଜୀବୀ ଯୋଗଦେଇ ପ୍ରଶ୍ନୋତ୍ତର ମାଧ୍ୟମରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବରିଷ୍ଠ ଅଧ୍ୟାପକ ଡ଼ ସନ୍ତୋଷ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିବେକାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − 5 =