jayashree

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ “ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ତରଫରୁ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ନବୀନ ଭବନ ପରିସରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରତିଷ୍ଠାନର ଉପଦେଷ୍ଟା ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଆଜି ବିଭିନ୍ନ କ୍ଷେତ୍ରରେ ସଙ୍କଟରେ ଗତି କରୁଛି ବୋଲି କହିଥିଲେ । ଏଥିପାଇଁ ସମସ୍ତ ସଚେତନ ନାଗରିକ ସଂକଳ୍ପବଦ୍ଧ ହେବାକୁ ଗୁରୁତ୍ୱାରୋପ କରିଥିଲେ । ପରେ ପ୍ରତିଷ୍ଠାନର ସଭାପତି ତଥା “ନବୀନ’ର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନାଚକ୍ରରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ଲିଙ୍ଗରାଜ ଜେନା, ବିଜେଡି ନେତା ଉମା ଚରଣ ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ନବୀନର ପ୍ରକାଶିକା ମଞ୍ଜୁ ରଥ, ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ପାତ୍ର, ମନମୋହନ ରଥ, ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର, ସୁନୀଲ କୁମାର ପ୍ରଧାନ, ସିଏଚ୍‌. ମୋହନ ରାଓ, ପବିତ୍ର କୁମାର ଚୌଧୁରୀ, ଏସ୍‌. ଆଦି ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.