mahavir

ସହରର ବିକାଶକୁ ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସହିତ ଆଲୋଚନା କଲେ ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ନିର୍ବାଚନ ମଣ୍ଡଳୀ ସମେତ ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କ ସର୍ବାଙ୍ଗୀନ ଉନ୍ନତି ସହିତ ସହରର କେତେକ ସ୍ଥାନରେ ଭିତ୍ତିଭୂମିର ବିକାଶକୁ ନେଇ ରାଜ୍ୟ ଆଇନ, କାର୍ଯ୍ୟ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଭୁବନେଶ୍ୱରରେ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲାଠିକଟା ବ୍ଲକ ଅଞ୍ଚଳର ୭ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଲୋକମାନେ ଆଜି ମଧ୍ୟ ବିଭିନ୍ନ ପ୍ରକାରର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଥିବାରୁ ସେହି ସବୁ ଅଞ୍ଚଳରେ ଲୋକମାନଙ୍କ ଆବଶ୍ୟକତା ଅନୁସାରେ କେତେକ ସ୍ଥାନରେ ଭିତ୍ତିଭୂମିର ବିକାଶ କରିବାର ଆବଶ୍ୟକତା ଅଛି ବୋଲି ବିଧାୟକ ଦୁର୍ଗା ମନ୍ତ୍ରୀ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍‌ବ୍ୟତୀତ ରାଉରକେଲା ବାସୀଙ୍କ ଦୀର୍ଘଦିନର ଦାବି ବେଦବ୍ୟାସ ପୀଠରେ ବ୍ରହ୍ମଣୀ ନଦୀରେ ନିର୍ମାଣ ହେବାକୁ ଥିବା ଝୁଲ୍ଲା ପୋଲ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା ଆଲୋଚନା ହୋଇଥିଲା । ବିଧାୟକଙ୍କ ସହ ଆଲୋଚନା ସମୟରେ ଚଳିତ ମାସ ଶେଷ ସପ୍ତାହରେ ରାଉରକେଲା ଗସ୍ତରେ ଆସିବା ବେଳେ ରାଉରକେଲାରେ କେତେକ କାର୍ଯ୍ୟର ଶୁଭାରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଧାୟକ ଶ୍ରୀ ଦୁର୍ଗାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.