om academy

ସାବଧାନ : ବଲାଙ୍ଗିର ଜିଲ୍ଲାରେ ପାଖାପାଖି ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ୩୦୮ ଏକ୍‌ଟିଭ୍‌ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୭

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପାଖାପାଖି ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଅନୁପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଥିବା ବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ତଥା ସାନିଟାଇଜର୍‌ ବ୍ୟବହାର ପାଇଁ କୁହାଯାଉଛି । ଏବେ ବିଶ୍ୱରେ କରୋନା ସଂକ୍ରମଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଭାରତ ପହଂଚିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ କ୍ଷୀପ୍ରତା ଅନୁମାନ କରାଯାଇ ପାରିଛି । ତେବେ ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ ସଦାଇପାଲି ଗ୍ରା.ପ.ରୁ ୨ ଜଣ ଓ ବରକାନୀ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୨୦, ୪, ୬, ୧୯, ୧୮, ୧୦, ୭, ୨ ଓ ୩ରୁ ଜଣେ ଲେଖାଏଁ, ୱାର୍ଡ ନଂ.୧୪ ଓ ୨୧ରୁ ୨ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୧୫ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଳକ ଭାଲୁମୁଣ୍ଡା ଓ ଅଲଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଳକ ବେଲପଡ଼ା ଗ୍ରା.ପ.ରୁ ୨ ଜଣ ଏବଂ ବାଗଡୋର ଓ ସଲଣ୍ଡି ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୩, ୧୩ରୁ ୧, ୩ରୁ ୫, ୧ରୁ ୪, ୧୧ରୁ ୧, ୪ରୁ ୩ ଏବଂ ୯, ୫, ୮, ୧୪, ୧୨ ଓ ୭ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ଲୋଇସିଂହା ଓ ହୀରାପୁର ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ପତ୍ରାପାଲି ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ବଥର୍ଲା ଗ୍ରା.ପ.ରୁ ୩, ମରୁଆଁ ଗ୍ରା.ପ.ରୁ ୨ ଓ ବନେଇମୁଣ୍ଡା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ା ଏନ୍‌ଏସି ୱାର୍ଡ ନଂ.୧୧ରୁ ୨, ୧୨ରୁ ଜଣେ, ୧୪ରୁ ୨, ୩ରୁ ୨, ୪ରୁ ୨, ୭ରୁ ୪, ୮ରୁ ୬ ଓ ୯ରୁ ଜଣେ, ପୁଇଁନ୍ତଲା ବ୍ଲକ ଭାଲେର ଗ୍ରା.ପ.ରୁ ଜଣେ ଓ ଦୁର୍ଗାପାଲିରୁ ୨ଜଣ, ସଇଁନ୍ତଲା ବ୍ଲକ ବୁଢ଼ାବାହାଲ ଗ୍ରା.ପ.ରୁ ଜଣେ, ଟିକ୍ରାପଡ଼ା ଗ୍ରା.ପ.ରୁ ଜଣେ, କୁଇକେଡ଼ାରୁ ୨ ଜଣ, ଟିଟିଲାଗଡ଼ ବ୍ଲକ ଜଗୁଆ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୨ରୁ ୨ ଜଣ, ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରା.ପ.ରୁ ଜଣେ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏବେ ଜିଲ୍ଲାରେ ୩୦୮ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.