jsm

ଅକ୍ଷିମୁଠି ଅନୁକୂଳ ସହ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

csstore

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷକ ଦିବସ ତଥା ଅକ୍ଷିମୁଠି ଅନୁକୂଳ ପର୍ବ ଆଜି କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଏବଂ ଆତ୍ମା ପକ୍ଷରୁ ଆୟୋଜିତ ଏହି କୃଷିପର୍ବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଅତିଥି ଭାବେ ଯୋଗଦେଇ କୃଷି ଅର୍ଥନୀତିକୁ ସୁଦୃଢ଼ କରିବାକୁ ଚାଷୀମାନଙ୍କୁ ଆହ୍ବାନ ଦେଇଥିବା ବେଳେ ପରିବର୍ତ୍ତିତ ଜଳବାୟୁ ଓ ବୃଷ୍ଟିପାତକୁ ଦେଖି ଅଧିକରୁ ଅଧିକ ଅର୍ଥନୈତିକ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମିଳ ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଅକ୍ଷିମୁଠି ଅନୁକୂଳ ପର୍ବରେ ପାରମ୍ପରିକ ପୂଜା ଆରଧନା ପରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ଧାନ ବୁଣି ଅକ୍ଷିମୁଠି ଛୁଇଁଥିଲେ । ଏହି ଅବସରରେ କେଭିକେ ସମ୍ମିଳନୀ କକ୍ଷରେ ଆୟୋଜିତ କୃଷକ – ବୈଜ୍ଞାନିକ ମତ ବିନିମୟ କ୍ରମରେ ଜୈବିକ କୃଷି, ଅର୍ଥନୈତିକ ଚାଷ, ରୋଗପୋକ ନିୟନ୍ତ୍ରଣ ଏବଂ ଉତ୍ପାଦକତା ବୃଦ୍ଧି ଉପରେ ବରିଷ୍ଠ କୃଷି ବୈଜ୍ଞାନିକ ଡା.ଜୀବନଜ୍ୟୋତି ସେନ୍ ଓ ଅନ୍ୟ କୃଷି ବିଜ୍ଞାନୀମାନେ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.