pakka

କିଷାନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ୩ ହଜାର କୋଟିରେ ପହଞ୍ଚିଛି ଅଖା ଦୁର୍ନୀତି

l2
  • ଦୁଇ ଦିନ ମଧ୍ୟରେ ସମସ୍ତ ଧାନ କିଣନ୍ତୁ ସରକାର : କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କିଷାନ କଂଗ୍ରେସର ଏକ ଦଳ ଆଜି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିବା ପରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଧାନ କିଣାକୁ ନେଇ ତୀବ୍ର ଉଦବେଗ ପ୍ରକାଶ କରିଛି । ଧାନ କିଣା ପାଇଁ ସରକାରଙ୍କ ସମସ୍ତ ପ୍ରସ୍ତୁତି ଫେଲ ମାରିଥିବା ବେଳେ ଏ ବର୍ଷ ମଧ୍ୟ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସାରା ଚାଷୀ କଟନି ଛଟନିର ଶିକାର ହେଉଥିବା ସହ କେବଳ ଅଖା ଦୁର୍ନୀତି ୩ ହଜାର କୋଟିକୁ ପହଞ୍ଚିଥିବା କଂଗ୍ରେସ ଅଭିଯୋଗ କରିଛି । ଆହୁରି ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜି ଆସୁଥିବା ବେଳେ ଚାଷୀକୂଳ ରକ୍ଷା ପାଇଁ ରାଜ୍ୟ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଧାନ କିଣି ନିଅନ୍ତୁ ବୋଲି କିଷାନ କଂଗ୍ରେସ ଦୃଢ ଦାବୀ କରିଛି ।
ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକଙ୍କ ସଭାପତିତ୍ୱ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ କିଷାନ କଂଗ୍ରେସ ପ୍ରଶାସନର ଧାନ କିଣା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛି । ପ୍ରସ୍ତୁତି ବୈଠକରେ ଧାର୍ଯ୍ୟ ହୋଇଥିବା କୌଣସି ନିୟମ ପାଳନ କରାଯାଉ ନଥିବା ବେଳେ ଧାନକିଣାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରସ୍ତାବିତ ସିସି ଟିଭି ମଧ୍ୟ କୌଣସି ମଣ୍ଡିରେ ଦେଖିବାକୁ ମିଳିନାହିଁ । ଯଦ୍ୱାରା ସମଗ୍ର ଧାନ କିଣା ବ୍ୟବସ୍ଥା ମିଲ ମାଲିକଙ୍କ ମର୍ଜିରେ ଚାଲିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ଚାଷୀ, ଚାଷ ଓ ଅମଳକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଭୋଟ ରାଜନୀତି କରୁଛନ୍ତି । ଚାଷୀକୂଳ ପ୍ରତି କାହାର ଦରଦ ନାହିଁ ବୋଲି ମତ ପ୍ରକାଶ ପାଇଛି । କିନ୍ତୁ କଂଗ୍ରେସ ଦଳ ଚାଷୀଙ୍କ ହକ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିବ ବୋଲି ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ନିଜ ପ୍ରତିକ୍ରିୟାରେ କହିଥିଲେ । ସେହିପରି ଧାନ କିଣା କେନ୍ଦ୍ରମାନଙ୍କରେ ଭିତ୍ତିଭୂମିତ୍ତଅଭାବ, ଅଭାବି ବିକ୍ରି, ପ୍ରତି କ୍ୱିଣ୍ଟାଲରେ ୫ରୁ ୮କେଜି କଟନି ଛଟନି ଓ ଅସାଧୁ କର୍ମଚାରୀ ଓ ମିଲମାଲିକଙ୍କ ମଧୁ ଚନ୍ଦ୍ରିକା ଦାଉରେ ତଳି ତଳାନ୍ତ ଚାଷୀର ଆୟକୁ ଦୁଇ ଗୁଣା କିପରି କରିବ ବୋଲି ମଞ୍ଚାସୀନ ରାଜ୍ୟ କିଷାନ କଂଗ୍ରେସ ସଂପାଦକ ଚଗଲା ପରିଚ୍ଛା, ଜିଲ୍ଲା ଅଧ୍ୟକ୍ଷ ସାନନ୍ଦ ମିଶ୍ର ଓ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ କଟାକ୍ଷ କରିଥିଲେ । ତେବେ ରାଜ୍ୟ ସରକାର ଏହି ରୁଗ୍ନ ଧାନକିଣା ବ୍ୟବସ୍ଥାର ତୁରନ୍ତ ସମାଧାନ ନକଲେ କଂଗ୍ରେସ ଅଗାମୀ ଦିନରେ ଚାଷୀକୂଳଙ୍କୁ ନେଇ ଦୁର୍ବାର ଆନ୍ଦୋଳନ କରିବ ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ଜିଲ୍ଲା ସଂପାଦକ ସରୋଜ ରଥ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଲଲିତ ପଟେଲ, ଗଗନ ନାଥ, କାନ୍ତେଶ୍ୱର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

3 × 2 =