ସୁଷମା ବିଶ୍ୱାଳଙ୍କ ଅକାଳ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମ ପଞ୍ଚାୟତସ୍ଥିତ ରେଙ୍ଗାଲପାଲି ଗ୍ରାମ କୈଳାସ ବିଶ୍ୱାଳଙ୍କ ଧର୍ମପତ୍ନୀ ସୁଷମା ବିଶ୍ୱାଳ(୪୮ ବର୍ଷ ବୟସରେ)ଙ୍କ କିଡନୀ ଫେଲ୍‌ ଯୋଗୁଁ ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି । ରେଙ୍ଗାଲପାଲିରେ ହଠାତ୍‌ ଅସୁସ୍ଥ ହେବାରୁ ବରଗଡ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଦେହ ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ନେଉଥିବା ବାଟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ସେ ନିଜ ସ୍ୱାମୀ ଓ ଗୋଟିଏ ପୁଅ, ଦୁଇଟି ଝିଅ ଓ ବିଶ୍ୱାଳ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ତାଙ୍କ ଏକମାତ୍ର ପୁତ୍ର ରାଜା ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ମୃତ୍ୟୁର ଖବର ପାଇ ଆଖପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

thirteen + 1 =