pakka

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ଜୁନାଗଡ଼ : ଏନ୍‌ୱାଇକେଏସ୍‌ ଜୁନାଗଡ଼ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁପାଟି ଗାଁ ଠାରେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦୁପାଟି ଗାଁର ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଁର ୨୦ରୁ ଅଧିକ କ୍ରୀଡ଼ାବିତ ମାନେ ଅଂଶଗ୍ରହଣ କରି ଦୀର୍ଘ ୩କିଲୋମିଟର ଦୌଡ଼ିଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନ୍‌ୱାଇକେଏସ୍‌ ସ୍ୱେଚ୍ଛାସେବୀ ମମତା ପ୍ରଧାନ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ବବଲୁ ବିଶ୍ୱାଳ, ସମ୍ପାଦକ ଧୀରଜ କୁମାର ଭୋଇ ଓ ସଦସ୍ୟ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

three × three =

error: Content is protected !!