pakka

ବିବାହର ବାହାନା କରି ଜଣେ ମହିଳାଙ୍କୁ ୧ ବର୍ଷ ଧରି ବଳାତ୍କାର, ବିରୋଧ କଲେ ହତ୍ୟା ଧମକ

bbehera

ପାଲୱାଲ : ହରିୟାଣାର ପାଲୱାଲ ଜିଲ୍ଲାରେ ଜଣେ ମହିଳାଙ୍କୁ ବିବାହର ବାହାନା କରି ଏକ ବର୍ଷ ଧରି ବଳାତ୍କାର କରାଯାଇଥିବା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ଅଭିଯୁକ୍ତ ବିବାହ କରିବାକୁ ମନା କରିଦେବା ପରେ ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ଅଭିଯୁକ୍ତ ପୀଡିତାଙ୍କୁ ହତ୍ୟା ଧମକ ଦେଇ ଆକ୍ରମଣ କରିଥିଲା । ପୀଡିତାଙ୍କ ଅଭିଯୋଗରେ କ୍ୟାମ୍ପ ପୋଲିସ ଷ୍ଟେସନ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । କିନ୍ତୁ ଅଭିଯୁକ୍ତ ପୋଲିସ ହେପାଜତରେ ଏବେ ବି ନାହିଁ ।

ପୋଲିସ ତଦନ୍ତ ଅଧିକାରୀ ଏଏସଆଇ ରେନୁ କହିଛନ୍ତି ଯେ, ଜଣେ ପୀଡିତା ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡ଼ି ୨୫ ସେପ୍ଟେମ୍ବର ୨୦୨୦ରୁ ପାଲୱାଲର ଏକ କଲୋନୀରେ ଏକ ଭଡା ଘରେ ଅଭିଯୁକ୍ତ ସହ ରହିବା ଆରମ୍ଭ କରିଥିଲେ । ଅଜିତ ବିବାହର ବାହାନା କରି ପୀଡିତାଙ୍କୁ ବଳାତ୍କାର କରିଥିଲା । ଯେତେବେଳେ ପୀଡିତା ଅଗଷ୍ଟ ୨୮ରେ ଅଜିତଙ୍କୁ ବିବାହ କରିବା କଥା କହିଥିଲେ, ସେତେବେଳେ ସେ ତାଙ୍କୁ ମନା କରିଦେଇଥିଲା ଓ ହତ୍ୟା ଧମକ ଦେଇଥିଲା ।

ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ପୋଲିସକୁ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.

three × 4 =