pakka

ଗୁରୁ ଦିବସ ଅବସରରେ ଏକାଥରରେ ଦୁଇଟି ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପବିତ୍ର ଗୁରୁ ଦିବସ ଅବସରରେ ଏକା ସମୟରେ ଦୁଇଟି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବାର ସୋଭାଗ୍ୟ ଲାଭ କରିଥିଲା । ସୂଚନା ମୁତାବକ ବରଗଡ଼ ଭେଡେନ ଠାରେ ପବିତ୍ର ଗୁରୁଦିବସ ଅବସରରେ ନୂତନ ଭାବରେ ଗଢିଉଠିଥିବା “ଅମୃତ କୁଟୁମ” ଓ ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼ ତରଫରୁ ବରଗଡ଼ ଅଗ୍ରଗାମୀ ଯୁବକ ସଙ୍ଘ ଠାରେ ଆୟୋଜିତ କରିଥିବା “ନୂଆଖାଇଁ ଯୋଟ ଯାଟ” କାର୍ଯ୍ୟକ୍ରମରେ ସଂକଳ୍ପ ପରିବାରରକୁ ସମାଜ ସେବାରେ ରହିଥିବା ନିଜର କ୍ଷୁଦ୍ର ଅବଦାନକୁ ହୃଦୟଙ୍ଗମ କରି ସମ୍ମାନିତ କରାଯାଇଥିଲା ବା ପ୍ରଶଂସା ପତ୍ର ଦିଆଯାଇଥିଲା । ଉଭୟ ଅନୁଷ୍ଠାନର ସଦସ୍ୟଙ୍କ ମନରେ ସଂକଳ୍ପ ପରିବାର ପ୍ରତି ରହିଥିବା ସମ୍ମାନ ଓ ଭଲପାଇବା ବହୁ ଉଚ୍ଚକୋଟିର ଥିଲା । ପ୍ରକୃତରେ ଆପଣ ମାନଙ୍କ ଭଲପାଇବା ଆମକୁ ସମାଜ ସେବା କ୍ଷେତ୍ରରେ ନିର୍ଭୀକ ଭାବରେ କାମ କରିବା ପାଇଁ ଆହୁରି ଉତ୍ସାହ ଓ ସତ ସାହସ ଯୋଗାଇ ଦେଇଥାଏ ବୋଲି ସଂକଳ୍ପ ପରିବାରର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଅମୃତ କୁଟୁମ୍ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମରେ ୫୫ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇ ଅସହାୟଙ୍କ ପାଇଁ ସମର୍ପିତ କରିଥିବା ବେଳେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ “ନୂଆଁଖାଇ ଯୋଟ ଯାଟ” କାର୍ଯ୍ୟକ୍ରମ ଆୟୋଜନ କରି ନୂଆଁଖାଇ ପୂର୍ବରୁ ଅସହାୟ ଓ ନିସ୍ପେଷିତ ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଯାହା ଏକ ନିଆରା କାର୍ଯ୍ୟକ୍ରମ ଥିଲା ।

Leave A Reply

Your email address will not be published.

eighteen + fifteen =