om academy

ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଅନ୍‌ଲାଇନ୍‌ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ୟାମ ସୁନ୍ଦର ଦାଶଙ୍କ ପରାମର୍ଶରେ ଜିଲ୍ଲା ଆଇନ ସେବା ପ୍ରାଧିକରର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦ।ଶ ଜନ ଉପଯୋଗୀ ସେବା ଯଥା ବିଦ୍ୟୁତ, ଦୂରଭାଷ, ବ୍ୟାଙ୍କ, ପରିବହନ, ଗ୍ୟାସ, ବୀମା ଯୋଜନା, ପାଣି, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ଜନସାଧାରଣ କିପରି ସୁବିଧାରେ ଉପଲବ୍ଧ ହେବେ, ସେହି ବିଷୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ପ୍ରାଧିକରଣର ସଚିବ ଜନସାଧାରଣଙ୍କୁ ଜାତୀୟ ଆଇନ ସେବା ଦିବସ ବିଷୟରେ ଏବଂ ଜିଲ୍ଲା ଆଇନ ସେବା ଦ୍ୱାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବା ଯଥା ଲୋକ ଅଦାଲତ, ପ୍ରାକ୍‌ ମକଦ୍ଦମା, ପୀଡ଼ିତା ସହାୟତା ରାଶି, ଅପୋଷ ବୁଝାମଣା, ଓକିଲ ନିଯୁକ୍ତି ବିଷୟବସ୍ତୁ ଉପରେ ଅନ୍‌ଲାଇନ୍‌ରେ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ଅବଗତ କରାଇଥିଲେ । ଏହାପରେ ଡିଏଲଏସ୍‌ଏ.ର ତାଲିମପ୍ରାପ୍ତ ମଧ୍ୟସ୍ଥତା ଓକିଳ ଅରବିନ୍ଦାକ୍ଷ ପୂଜାରୀ ପ୍ରାଧିକରଣରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ କିପରି ଭାବେ ଉଭୟ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା ମାଧ୍ୟମରେ ମାଗଣାରେ କେସ୍‌ ଫଇସଲା କରିହେବ, ସେ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ୟୁଟ୍ୟୁବ ଲାଇଭ୍‌ ମାଧ୍ୟମରେ ଆୟୋଜନ ହୋଇଥିଲା । ଏଥିରେ କୋର୍ଟ କର୍ମଚାରୀ, ଓକିଲ, ପାରାଲିଗାଲ୍‌ ସ୍ୱେଚ୍ଛାସେବୀ ଅନ୍‌ ଲାଇନ୍‌ରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.