pakka

୧୬ ଫୁଟିଆ ବିଶାଳକାୟ ଅହିରାଜ ସର୍ପ ଉଦ୍ଧାର

ଢେଙ୍କାନାଳ : ୧୬ ଫୁଟିଆ ବିଶାଳକାୟ ଏକ ଅହିରାଜ ସର୍ପ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭାପୁର ସଦର ରେଂଜ କାଳିପ୍ରସାଦ ଭୁବନପୁର ଗାଁର ଅଜୟ ବେହେରାଙ୍କ ଘରେ ଏକ ବିଶାଳକାୟ ଅହିରାଜ ସର୍ପ ରହିଥିବା ବେଳେ ସର୍ପଟିକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ତେବେ ଶ୍ରୀ ବେହେରାଙ୍କ ଘର ଭିତରୁ ୧୬ ଫୁଟ୍‌ର ବିଶାଳକାୟ ଅହିରାଜ ଉଦ୍ଧାର ହେବା ପରେ ଗାଁ ଲୋକେ ଚକିତ ହୋଇଯାଇଥିଲେ । ଉଦ୍ଧାର ସର୍ପଟିକୁ ମାଟିଆମୁଣ୍ଡିଆ ସଂରକ୍ଷିତ ଜଂଗଲରେ ବନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଛାଡ଼ି ଦିଆଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

nineteen − 12 =