pakka

ସମଗ୍ର ବଲାଙ୍ଗିର ଜିଲ୍ଲାରେ ଅଗଷ୍ଟ ୨୯ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ ଅହିଂସା ରଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟରୁ ଭୁବନେଶ୍ଵରରୁ ବାହାରିଥିବା ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ବଲାଙ୍ଗିର ଜିଲ୍ଲାରେ ଅଗଷ୍ଟ ୨୯ ତାରିଖରେ ପହଞ୍ଚି ସମଗ୍ର ବଲାଙ୍ଗିର ଜିଲ୍ଲାରେ ଅଗଷ୍ଟ ୨୯ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ । ସ୍ଵାଧୀନତାର ସ୍ମାରକୀ ବହନ କରୁଥିବା ଅହିଂସା ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ । ଅଗଷ୍ଟ ୨୯ ତାରିଖରେ ବଲାଙ୍ଗିର ଜିଲ୍ଲାକୁ ୨ ଗୋଟି ଅହିଂସା ରଥ ପହଞ୍ଚି ବିଭିନ୍ନ ରୁଟ ଦେଇ ସମଗ୍ର ଜିଲ୍ଲା ପରିକ୍ରମା କରିବ । ସୁବର୍ଣ୍ଣପୁର ଜିଲ୍ଲା ପରିକ୍ରମା କରି ବଲାଙ୍ଗିର ଜିଲ୍ଲାକୁ ଆସୁଥିବା ଏହି ୨ ଗୋଟି ଅହିଂସା ରଥକୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ସଂଗଠନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ । ସ୍ଵାଗତ ସମ୍ବର୍ଦ୍ଧନା ପରେ ୨ ଗୋଟି ଅହିଂସା ରଥ ୨ଟି ରୁଟରେ ସମଗ୍ର ଜିଲ୍ଲା ପରିକ୍ରମା କରିବ । ପ୍ରଥମ ରଥ ୨୯ ତାରିଖରେ ବଇରାସରରୁ ବାହାରି ବଲାଙ୍ଗିର ସହର ଦେଇ ପତିତପାବନ ଏକାଡେମୀ, ବଲାଙ୍ଗିରରେ ପହଞ୍ଚିବ ଓ ପରେ ଛାତାମଖନା ଦେଇ ଲୋଇସିଂହ।, ରାମପୁର, ସାଲେଭଟା, ଡୁଡୁକା, ରୋଥ ହୋଇ ଆଗଲପୁର ଠାରେ ପହଞ୍ଚି ରାତ୍ରିଯାପନ କରିବ । ୩୦ ତାରିଖରେ ଆଗଲପୁରରୁ ବାହାରି ଭରସୁଜା, କୁସଙ୍ଗ, ଚନ୍ଦନଭାଟି, ଲର୍କିପାଲି, ପଥରଚେପା, ଚୁଡାପାଲି, ଭଇଁଷା ହୋଇ ପାଟଣାଗଡ଼ ସହରରେ ପହଞ୍ଚିବ ଓ ରାତ୍ରିଯାପନ କରିବ । ୩୧ ତାରିଖରେ ପାଟଣାଗଡରୁ ବାହାରି ଯୋଗୀମୁଣ୍ଡା, ଖପ୍ରାଖୋଳ, ମାଳପଡା, ଲାଠୋର, ଗମ୍ଭାରୀ, ବେଲପଡା ହୋଇ କଣ୍ଟାବାଞ୍ଜିଠାରେ ପହଞ୍ଚି ରାତ୍ରିଯାପନ କରିବ । ଦ୍ଵିତୀୟ ରଥ ୨୯ ତାରିଖରେ ବଇରାସରରୁ ବାହାରି ବଲାଙ୍ଗିର ସହର ଦେଇ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରରେ ପହଞ୍ଚିବ ଓ ପରେ ଆଠଗାଁ ଦେଇ ମହିମୁଣ୍ଡା, ରୁସୁଡା, ତୁଷୁରା, ମହିପୁର ହୋଇ ତୁଷୁରାଠାରେ ରାତ୍ରିଯାପନ କରିବ । ୩୦ ତାରିଖରେ ତୁଷୁରାରୁ ବାହାରି ଜରାସିଙ୍ଘା, ଦେଓଗାଁ, ସଇଁତଳା, ବେଲଗାଁ ହୋଇ ଟିଟିଲାଗଡ ସହରରେ ପହଞ୍ଚିବ ଓ ରାତ୍ରିଯାପନ କରିବ । ୩୧ ତାରିଖରେ ଟିଟିଲାଗଡରୁ ବାହାରି ଖୋଲାନ, ସିନ୍ଧେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ହୋଇ କଣ୍ଟାବାଞ୍ଜିଠାରେ ପହଞ୍ଚି ରାତ୍ରିଯାପନ କରିବ । ଏହି ୨ ଗୋଟି ଅହିଂସା ରଥ ୧ ସେପ୍ଟେମ୍ବର ପୂର୍ବାହ୍ନରେ ନୂଆପଡା ଜିଲ୍ଲା ଅଭିମୁଖେ ଯାତ୍ରା କରିବ । ଉପରୋକ୍ତ ସ୍ଥାନର ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଗ୍ରାମରେ ଅହିଂସା ରଥ ରହିବା ସହ ସ୍ଵାଧୀନତା ସଂଗ୍ରାମ ତଥା ଗାନ୍ଧୀଜୀଙ୍କ ଓଡିଶା ଆଗମନ ସମ୍ପର୍କିତ ଭିଡିଓ ପ୍ରଦର୍ଶନ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାରେ ଅଗଷ୍ଟ ୨୯ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବାକୁ ଥିବା ଏହି ଅହିଂସା ରଥକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି ତଥା ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

jay balangir
Leave A Reply

Your email address will not be published.

14 + 18 =

error: Content is protected !!