om academy

ସିନେମା ଓ ଧାରାବାହିକରେ ଛତ୍ରପୁରର ପୁଅ ତ୍ରିପତି ସାହୁ ଏବେ ଅଗ୍ରଗତିରେ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମ ନିବାସୀ ସ୍ୱର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖାଇ ପରିଛନ୍ତି । ‘ଦିଲ୍‌ରେ ଅଛି ତୋରି ନା, ଲାଇଫ୍‌ରେ କିଛି ବି ହେଇପାରେ,’ ତୁ ସେଇ ନୀଳୟନୟନା, ଲଭ୍ ଇମ୍‌ପସିବୁଲ୍‌, ଧୋକା, ଆକାଶବାଣୀ ପରି ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ସେଥି ମଧ୍ୟରୁ କିଛି ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି ଓ କିଛି ମୁକ୍ତି ଲାଭ କରିବାକୁ ଯାଉଛି । ସେହିପରି ଷ୍ଟାର କୀରଣରେ ପ୍ରସାରିତ ଧାରାବାହିକ ‘କିଏ ପର କିଏ ଆପଣାର’ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ଗତ ତା.୧୨.୦୫.୨୦୨୩ ଦିନ ଉତ୍କଳ ମଣ୍ଡପରେ ଆୟୋଜିତ ଫାଇଭ ଷ୍ଟାର ଫିଲ୍ମ ଓ OTT ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ତ୍ରିପତି ସାହୁଙ୍କୁ ଶ୍ରେଷ୍ଠ ଉଦୟମାନ ନିର୍ଦ୍ଦେଶକ ପୁରସ୍କାରରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ବଲିଉଡ଼ ଅନିନେତା ଅଫତବ୍ ଶିବଦଶାନି ତ୍ରିପତି ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ।

Leave A Reply

Your email address will not be published.

4 × one =