pakka

ଗାଁ ଦାଣ୍ଡରେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଗିରଫ ଦାବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) ଖପ୍ରାଖୋଲ ଥାନା ବେନକେରା ଗ୍ରାମର ରାଜୀବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ଜନୈକ ଅଭିଯୁକ୍ତ ମାନେ ମିଶି ରାଜୀବଙ୍କୁ ଅଟକାଇ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ରାଜୀବ ଚେତା ଶୂନ୍ୟ ହୋଇପଡ଼ିଯାଇଥିଲେ ।

ପରିବାର ଲୋକେ ଉଦ୍ଧାର କରି ଖପ୍ରାଖୋଲ ଥାନାରେ ଏତଲା ଦେଇଥିବା ବେଳେ ନିସ୍ତୁକ ମାଡ଼ ଖାଇଥିବା ବିଞ୍ଝାଳ ଜାତି ଆଦିବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଅଣ ଆଦିବାସୀ ଅଭିଯୁକ୍ତ ତ୍ରିନାଥ ପୁଟେଲ, ସୁଧାଂଶୁ ପୁଟେଲ, ଲିଙ୍ଗରା ଜପୁଟେଲ, ଦେବରାଜ ପୁଟେଲ ଶିବୁରାମ ପୁଟେଲଙ୍କ ନାମରେ ଖପ୍ରାଖୋଲ ଥାନା କେଶନଂ୧୪୯/୨୧ଦଫା ୩୪୧ ,୨୯୪ , ୩୨୩, ୫୦୬, ୩୪ ଆଇପିସି ଦଫା ଏବଂ ଆଦିବାସୀ ହରିଜନ ନିର୍ଯାତନା ନିବାରଣ ଆଇନର ଦଫା ୩ ୧(ଆର)(ଏସ୍) ୩ ୨(ଭିଏ)ରେ ମାମଲା ରୁଜୁ ହୋଇଛି ।

ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପୋଲିସ ପ୍ରଶାସନକୁ ଦାବୀ କରାଯାଇଛି ।

jay balangir
Leave A Reply

Your email address will not be published.

1 + 5 =