pakka

ସବୁଜ ଡେଲାଙ୍ଗ ଟ୍ରଷ୍ଟର ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ), ବିଶ୍ୱ ଅହିଂସା ଦିବସ ପାଳନ ତଥା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ବେରବୋଇ ଗାନ୍ଧୀପୀଠ ଠାରୁ ‘ ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଓ ଆଇନଜୀବୀ କେଦାରନାଥ ମହାନ୍ତିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ୱଛତା ଓ ବୃକ୍ଷରୋପଣ ଅଭିଯାନ ବ୍ୟାନର ଲୋକାର୍ପଣ ହୋଇ ବେରବୋଇ ବଜାର, ଡେଲାଙ୍ଗ ହାଟ ବଜାର, ପୁରୁଣା ଡେଲାଙ୍ଗ ଗ୍ରାମ, ପରିକ୍ରମା କରି ମୋହନପୁର ଗ୍ରାମରେ ପହଞ୍ଚିଥିଲା । ସେଠାରେ ପଲ୍ଲୀକବି ଲକ୍ଷ୍ମୀଧର ଦଳାଇଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସଭାରେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ କବି ଓ କବୟିତ୍ରୀ ମାନଙ୍କ ଗହଣରେ ନିମ୍ବ ଚାରା ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପାଖରେ ଶିକ୍ଷୟିତ୍ରୀ କବି ପ୍ରକୃତିବନ୍ଧୁ ସରୋଜିନୀ ଜେନା ଉପସ୍ଥିତ ଥିଲେ । ମଧ୍ୟାହ୍ନ ଭୋଜନ ପରେ ଉକ୍ତ ଅଭିଯାନ ବେଲପଡା, ଅଳଉତା, ମୁନିନ୍ଦା, ବାୟା ବଜାର, ଡେଲାଙ୍ଗ ହାଟ ବଜାର ଗୁଆଚଉକା, ରାମଚନ୍ଦ୍ର ପୁର ଗ୍ରାମ ଦେଇ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଅନୁଷ୍ଠିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରହାଳୟ ଉଦ୍ ଘାଟନ ସମାରୋହରେ ପହଞ୍ଚିଥିଲା । ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛତା ସହ ବୃକ୍ଷରୋପଣ କରିବା ପାଇଁ ଶ୍ରୀଯୁକ୍ତ ପାଢୀ ଗୁରୁତ୍ଵାରୋପ କରିଥିଲେ ।

jay balangir
Leave A Reply

Your email address will not be published.

three × three =