pakka

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଆଡମିଟ କଲେ ସମାଜସେବୀ ଯଶୋବନ୍ତ ରଣା

bbehera

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡି ଓ ଗଣ୍ଡବରଝୋଲା ମଝିରେ ଭବାନୀପାଟଣା ପଟୁ ଏକ ବାଇକରେ ତିନିଜଣ ବ୍ୟକ୍ତି ଆସୁଥିବା ବେଳେ ଏକ କୁକୁର ସହିତ ଧକ୍କା ହୋଇଥିଲେ । ଫଳରେ ତିନିଜଣ ବ୍ୟକ୍ତି ରାସ୍ତାରେ ପଡିଯାଇଥିଲେ । ଦୁଇଜଣ ବେହୋସ ଅବସ୍ଥାରେ ପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଅନ୍ୟ ମାନଙ୍କୁ ଉଠାଇ ହସ୍ପିଟାଲ ନେବାପାଇଁ ଲୋକଙ୍କୁ ନିବେଦନ କରୁଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସ୍ଥାନୀୟ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ସମାଜସେବୀ ରଣା ତୁରନ୍ତ ଘଟଣା ସ୍ଥଳକୁ ପହଂଚି ୧୦୮କୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଆସି ସେମାନଙ୍କୁ କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ନେଇ ଆଡମିଟ କରାହୋଇଥିଲା । ଜଣେ ଗୁରୁତର ଥିବା ବେଳେ ଅନ୍ୟ ଦୁଇଜଣ ସାମନ୍ୟ ଠିକ ଅଛନ୍ତି । ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ଉପସ୍ଥିତ ଭଦ୍ର ବ୍ୟକ୍ତି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

5 × 1 =