csstore

ଆଦିବାସୀ ମହିଳାଙ୍କୁ ବିଷ୍ଠା ଖୁଆଇ ନୃଶଂସ ଆଚରଣ ମାମଲାରେ ଅପରାଧୀକୁ ତୁରନ୍ତ ଗିରଫ ଏବଂ ଆଦିବାସୀଙ୍କୁ ସୁରକ୍ଷା ଦାବୀ କଲା ଆଦିବାସୀ ସଂଘ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁର ଆଦିବାସୀ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବିଷ୍ଠା ଖୁଆଇ ନୃଶଂସ କାର୍ଯ୍ୟ ମାନବିକତାର ସବୁ ସୀମା ଟପି ଯାଇଛି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି । ବଙ୍ଗୋମୁଣ୍ଡା ଥାନା କେସ ସଂ.୨୮୮ ତା ୧୬. ୧୧. ୨୦୨୪ ରିଖରେ ଅଭିଯୋଗ ଅନୁସାରେ ଜୁରାବନ୍ଦ ଗାଁର ଅଭୟ ବାଗ ନାମକ ଅଣ ଆଦିବାସୀ ଯୁବକ ସେହି ଗାଁର ଆଦିବାସୀ ସମାଜର ସ୍ୱର୍ଗତ କେତୁ ମିର୍ଦ୍ଧାଙ୍କ ଝିଅ ସସ୍ମିତା ମିର୍ଦ୍ଧା ଗାଧୋଇ ଘରକୁ ଫେରୁଥିବା ବେଳେ ଅଭୟ ଆଦିବାସୀ ଯୁବତୀର ଛାତିରେ ହାତ ମାରିଥିଲା, ଠେଲାପେଲା କରି ତଳେ କଚାଡି ଦେଇଥିଲା ଏବଂ ଜାତି ଆକ୍ଷେପ କରି ଗାଳିଗୁଲଜ କରିଥିଲା ଓ ବିଷ୍ଠା ମୁହଁରେ ଘଷିଦେଇ ଝିଅକୁ ବିଷ୍ଠା ଖୁଆଇ ଦେଇଥିଲା । ଏହା ଦେଖି ଆଦିବାସୀ ଯୁବତୀଙ୍କ ବଡ଼ ମାଁ ଚମ୍ପା ମିର୍ଦ୍ଧା ଛଡ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଅଭୟ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ଏହି ଘଟଣାକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅପରାଧୀକୁ ଗିରଫ କରିପାରିନାହିଁ । ଦିନକୁ ଦିନ ଆଦିବାସୀମାନଙ୍କ ପ୍ରତି ଅତ୍ୟାଚାର, ନିର୍ଯାତନା, ଶୋଷଣ, ଦମନ, ନୃଶଂସ ଆଚରଣ ବଢ଼ୁ ଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉଦବେଗ ପ୍ରକାଶ କରିଛି । ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ସରକାର ଉଦାସୀନତା ଅବଲମ୍ବନ କରୁଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସଂଘର ବ୍ଲକ ସଭାପତି ମନରଞ୍ଜନ ଭୋଇ, ଆଦିବାସୀ ନେତା ଚକ୍ରଧର ଜାନୀ, ଆର୍ତ୍ତ ଭୋଇ, ନରୋତ୍ତମ ମାଝୀ, ଶ୍ରୀମତୀ ଖେଳନ୍ତି ସମରଥ, ଶ୍ରୀମତୀ ମିଥିଲା ମାଝୀ, ଶ୍ରୀମତୀ ପତ୍ରଙ୍ଗି ମାଝୀ, ଶ୍ରୀମତୀ ଲକ୍ଷ୍ମୀ ମାଝୀ ପ୍ରମୁଖ ସରକାରଙ୍କ ଦୃଢ଼ ନିନ୍ଦା କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.