om academy

ବିଶ୍ୱ ଆଦିବାସୀ ଦିବସରେ ୧୧ ଦଫା ଦାବୀକୁ ନେଇ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ଆଦିବାସୀ ସଂଘ

jsm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିଶୁମନ୍ଦିର ଠାରୁ ବିରାଟ ଶୋଭାଯାତ୍ରା କରି ତହସିଲ ଅଫିସ ଓ ବ୍ଲକ ପର୍ୟ୍ୟନ୍ତ ବାହାରି ଆଦିବାସୀ ସଂଘ କର୍ଲାମୁଣ୍ଡା ବ୍ଲକର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ୧୧ ଗୋଟି ସମସ୍ୟାକୁ ନେଇ ମହାମହିମ ରାଜ୍ୟପାଳ ଓଡିଶାଙ୍କୁ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏ ଅବସରରେ ଗୋବର୍ଦ୍ଧନ ଭୋଇ ସଭାପତି କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ, ପ୍ରକାଶ ମାଝୀ ଉପସଭାପତି ଜିଲ୍ଲା କନ୍ଦସମାଜ କଳାହାଣ୍ଡି, ମଧୁସୂଦନ ଧରୁଆ ସଭାପତି ଆଦିବାସୀ କର୍ମଚାରୀ ସଂଘ କର୍ଲାମୁଣ୍ଡା ବ୍ଲକ, ରାଜକିଶୋର ମାଝୀ ଉପସଭାପତି ଅସୁରଗଡ଼ କମିଟି ନର୍ଲା, ପରଧିଆ ଧରୁଆ ସଭାପତି ଗଣ୍ଡୱାନା ସଂଘ କର୍ଲାମୁଣ୍ଡା ବ୍ଲକ, ନନ୍ଦି କିଶୋର ଭୋଇ ସଭାପତି ଯୁବ ସଂଗଠକ କର୍ଲାମୁଣ୍ଡା ବ୍ଲକ ଡମ୍ବରୁ ମାଝୀ, ତରୁଣ ଯାନୀ, ପ୍ରଦୀପ ମାଝୀ, ଇଂ ପ୍ରକାଶ ଚନ୍ଦ୍ର ଭୋଇ, ଜଳନ୍ଧର ଭୋଇ, ନିଳମାଧବ ଭୋଇ, ରମାକାନ୍ତ ଭୋଇ ଯୋଗଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏଗାର ଦଫା ଦାବୀପତ୍ର ଯଥା ଅଗଷ୍ଟ ୯ ତାରିଖ ବିଶ୍ୱ ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା, ଶହୀଦ ରେଣ୍ଡୋ ମାଝୀଙ୍କୁ ସ୍ୱାଧିନତା ସଂଗ୍ରାମୀ ମାନ୍ୟତା, କଳାହାଣ୍ଡି ଜିଲ୍ଲା ମେଡିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ, ଅଣ ଆଦିବାସୀ ପ୍ରମାଣ ପତ୍ରରେ କରୁଥିବା ଚାକିରିର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ, ଆଗାମୀ ଜନଗଣନାରେ ଆଦିବାସୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଧର୍ମ, ଆଦିବାସୀ ଜମିକୁ ଆଦିବାସୀ ମାନେ ଚଞ୍ଚକତା କରି କ୍ରୟ କରୁଥିବାରୁ ତାହାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ, ମ.ରାମପୁର ବ୍ଲକକୁ ସବ୍‌ଡିଭିଜନ ମାନ୍ୟତା, ଏସଇସିସି ତାଲିକାରୁ ବାଦ ପଡିଥିବା ବାସହୀନ ଯୋଗ୍ୟ ଆଦିବାସୀ ପରିବାରକୁ ଆବାସ ଯୋଜନା ତୁରନ୍ତ ଅନ୍ତଭୁକ୍ତ, ରାହୁଲ ଉତେଇ ନଦୀର ସଂଯୋଗୀକରଣ, କର୍ଲାମୁଣ୍ଡା ବ୍ଲକ ଜଂଗଳ ଅଧିକାର ଆଇନ ୨୦୦୬କୁ ସଂପୁର୍ଣ୍ଣ ରୂପେ ଗ୍ରହଣ ଓ ୬୦ ବର୍ଷ ଉକ୍ତବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରିବା ଆଦି ଦାବୀ ଗୁଡିକକୁ ନେଇ ଦାବୀପତ୍ର ପ୍ରଦାନ କରିଥିଲେ । କର୍ଲାମୁଣ୍ଡା ବ୍ଲକର ଆଦିବାସି ସଂଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତି ରହି ଶାନ୍ତି ଶୃଖଂଳାର ସହ ଦାବୀପତ୍ର ଦେଇଥିଲେ । ସର୍ବ ଶେଷରେ ସମସ୍ତ ମିଳିତ ଆଦିବାସୀ ସଂଘ ତରଫରୁ ସଂଘ ପାଇଁ ଯେଉଁମାନେ ସବୁବେଳେ କାର୍ଯ୍ୟରତ ସେହି ଦୁଇ ମହାନ ଯୁବ ବ୍ୟକ୍ତିତ୍ୱ ଆଦିବାସୀ ଯୁବ ସଂଗଠକ ସଭାପତି ନନ୍ଦି କିଶୋର ଭୋଇ କର୍ଲାମୁଣ୍ଡା ବ୍ଲକ ଓ ନର୍ଲା ବ୍ଲକ ଯୁବ ସଂଗଠକ ସଭାପତି ଗଜପତି ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

four × 3 =