csstore

ବଲାଙ୍ଗିର ଜିଲ୍ଲା ପ୍ରଶାସନର ଯୋଜନା ଅଧିକାରୀ ନୁ ୟୁଟୁବର୍‌ ସଂଜୟ ଦୀପ ସାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନର ଜନେ ଅଧିକାରୀ ହଉଛନ୍‌ ସଂଜୟ କୁମାର ଦୀପ । ଜିଲ୍ଲାର ଉନ୍ନତିର ଲାଗି ସବୁ ବେଲେ ଚିନ୍ତା କରୁଛନ୍‌ ଦୀପ୍‌ ବାବୁ । ତଥାପି ଏତେ କବାର୍‌ କାମ୍‌ ଥି ଘିଚାଟନା ଜୀବନ ଭିତ୍‌ରେ ବି ସେ ଏଭର୍‌ ଛାତ୍ର ସମାଜ୍‌ ଲାଗି ପାଲ୍‌ଟିଛନ୍‌ ୟୁଟୁବର୍‌ ସାର୍‌ । ଇ’ ୟୁଟବର୍‌ ସାର୍‌ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଯୋଜନା ଅଧିକାରୀ ସଂଜୟ କୁମାର ଦୀପ । ସମସ୍ତେ ସଂଜୟ ଦୀପ ସାର୍‌ ବଏଲେ ଜାନ୍‌ସନ୍‌ । ନିଜର ପ୍ରଶାସନିକ ଦାୟିତ୍ୱ ତୁଲାବାର୍‌ ଲାଗି ସେ ଖୋବ୍‌ ବ୍ୟସ୍ତ ରହୁଥିଲେ ବି ଛାତ୍ର ସମାଜ ଲାଗି ଆଏଜ୍‌ ମାଇଲ ଖୁଁଟା ଭାବେ ଠାଡ଼୍‌ ହେଇଛନ୍‌ । କମ୍ପିଟେଟିଭ୍‌ ଲାଇନ୍‌ ଥି ଗାଁ ନୁ ସହର୍‌ ତକ୍‌ କୁଢ଼ କୁଢ଼ କମ୍ପିଟିଟର୍‌ ଥିସନ୍‌ । ସମସ୍ତଙ୍କର୍‌ ଇଚ୍ଛା, ଟପ୍‌ କର୍‌ବାର୍‌ ଲାଗି ଆର୍‌ ଚାକ୍‌ରି ପାଏବାର୍‌ ଲାଗି । କିନ୍ତୁ ସେମାନ୍‌କର୍‌ ଭିତ୍‌ରେ ବହୁତ୍‌ କମ୍‌ ପିଲା କମ୍ପିଟେଟିଭ୍‌ ଲାଇନ୍‌ ଥି କମ୍ପିଟ କରି ପାର୍‌ସନ୍‌ । ସେଟା ପଇସା ଅଭାବ ହେଉ କି ଅନ୍ୟ କୌଣସି କାରଣରୁ ହେଉ ଅନେକ ପିଲା ବିଫଲ୍‌ ହେସନ୍‌ । ଆଜିର ସମିଆଁ ଥି ପିଲାମାନେ କେନ୍‌ତା କରି ଠିକ୍‌ ଭାବେ କମ୍ପିଟ୍‌ କରି ପାର୍‌ବେ, କେନ୍‌ତା କରି ସଫଲ ହେବେ ଇ’ ଲାଇନ୍‌ ଥି, ସେ ସବୁ ଦିଗ୍‌କେ ଦୃଷ୍ଟି ନେ ରଖିକରି ବଲାଙ୍ଗିର ଜିଲ୍ଲାର ଯୋଜନା ଅଧିକାରୀ ସଂଜୟ ଦୀପ ସାର୍‌ ଆଏଜ୍‌ ୟୁଟବର୍‌ ସାର୍‌ ସାଜି କରି ଛାତ୍ରଛାତ୍ରୀଙ୍କର୍‌ ମନ୍‌ ପାଏଲା ବାଗିର୍‌ ପାଠ ପଢଛନ୍‌ । ଛାତ୍ରଛାତ୍ରୀମାନେ କେନ୍‌ତା କରି ଠିକ୍‌ ବାଟେ ଯିବେ, ଉବାଟେ ନେଇଁଯିବେ, ବନେ କରି ପାଠ୍‌ ପଢ଼୍‌ବେ ସେସବୁ ଦିଗେ ତାଙ୍‌ଙ୍କର ଖୋବ୍‌ ନିଘା ।

jayashree
Leave A Reply

Your email address will not be published.