ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ନୀଳମଣି ମିଶ୍ର ସଭାପତିତ୍ୱ କରି ଥିବା ବେଳେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପାଠ ଓ ମଙ୍ଗଳାଚରଣ ପାଠ କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପୁରାତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ୍‌ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସରସ୍ୱତୀ ଓ ବୀର ବଜରଙ୍ଗବଳୀ ହନୁମାନଜୀଙ୍କ ପୂଜା ଅର୍ଚ୍ଚନା କରିଥିଲେ ଏବଂ ଚିନ୍ତା, ଚେତନା, କର୍ମର ମାନବୀୟ ଧର୍ମକୁ ଆଧାର କରି ଭଗବତ ଗୀତାର ନିଖିଢ ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଆଇନଜୀବୀ ତଥା ସମ୍ପାଦକ ଜୟରାମ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରବକ୍ତା ଶ୍ୟାମସୁନ୍ଦର ଦାଶ ହନୁମାନ ଚାଳିଶା ପାଠ କରିଥିଲେ । ଏହି ଶୁଭ ଅବସରରେ ଅନୁଷ୍ଠାନ ପ୍ରତି ଆନୁଗତ୍ୟଥିବା ମହାନ ପ୍ରତିଭା ଅଧ୍ୟାପକ ଡ. ଦଶରଥ ମିଶ୍ର, ଆହ୍ଲାଦ କୁମାର ପୂଜାରୀ ଓ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀଙ୍କୁ ଉପଢୈାକନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମିଶ୍ର ବାର୍ଦ୍ଧକ୍ୟଜନିତ ଦୁର୍ବଳତା ହେତୁ ଆସି ପାରି ନଥିବାରୁ ତାଙ୍କର ସୁପୁତ୍ର ଅରୁଣ କୁମାର ମିଶ୍ର ପିତାଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଏହି ସାରସ୍ୱତ ସମାବେଶରେ ସମ୍ବର୍ଦ୍ଧନା କାର୍ଯ୍ୟରେ ସହସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ସହଯୋଗ ଦେଇଥିବା ବେଳେ କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ସଭାପରିଚାଳନା କରିଥିଲେ । ମଦନ ମୋହନ ରଥ ସମସ୍ତ କର୍ମକର୍ତ୍ତା, ସମ୍ମାନିତ ପ୍ରତିଭା ତଥା ଉପସ୍ଥିତ ସଭ୍ୟମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି ସମାବେଶରେ ପର୍ଶୁରାମ ନାୟକ, କପିଳ ପତି, ବଳିଷ୍ଠ ପଧାନ, ପୁରୁଷୋତ୍ତମ ପଣ୍ଡା, ଗୋପବନ୍ଧୁ ଶତପଥୀ, ଗିରିଜା ଶଙ୍କର ରଥ, ବିଶ୍ୱନାଥ ଶତପଥୀ, ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ବହୁ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen − three =