ମାଲପଡାରେ ହନୁମାନ ଜୟନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ମାଲପଡା ହନୁମାନ ମନ୍ଦିରଠାରେ ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ମନ୍ଦିରରେ ବିଧିବିଧାନ ସହ ଶ୍ରୀରାମ ଭକ୍ତଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇଥିଲା । ପୂଜକ ନୀଳକଣ୍ଠ ମିଶ୍ର ଓ ବୈଦଧର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ସାମ୍ବାଦିକ ରଂଜିତ ବେହେରା ସପତ୍ନୀଙ୍କ ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । କମିଟି ତରଫରୁ ଶୁଭେନ୍ଧୁ ବହିଦାର, ଶୈଳେନ୍ଦ୍ର ବହିଦାର, ପ୍ରକାଶ, ଶିବୁ, ସାହିଲ, ଉମେଶ, ସରୋଜ, ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 − 4 =