pakka

ଚୋରୀ ମୋଟର ସାଇକଲ ର‍୍ୟାକେଟ ଠାବ : ୪ଟି ମୋଟର ସାଇକଲ ଜବତ, ୪ଜଣ କୋର୍ଟ ଚାଲାଣ

bbehera
  • ପୋଲିସର ଖବରଦାତା ସମ୍ମିଳନୀରେ ପ୍ରକାଶ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଚୋରୀ ମୋଟର ସାଇକଲ୍‌ ର‍୍ୟାକେଟ୍‌ ଠାବକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଚୋରୀ ୪ଟି ମୋଟର ସାଇକଲ୍‌ ବିଭିନ୍ନ ଥାନାରୁ ଉଦ୍ଧାର କରି ୪ଜଣଙ୍କୁ କୋର୍ଟ ଚାଲାଣ ହୋଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ପୋଲିସର ସୂଚନା ଅନୁସାରେ ଗତ ତା.୧୩/୪/୨୦୨୪ରୀଖ ଦିନ ତୁରେକେଲା ବଜାରରୁ ମୋଟର ସାଇକଲ ଚୋରୀ ହୋଇଥିବା ତୁରେକେଲା ଥାନା ସେମଲା ଗାଁର ଖଗେଶ୍ୱର ମେହେର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଭିିକରି ତୁରେକେଲା ଥାନା କେସ୍‌ ନଂ. ୧୦୦/୨୦୨୪ ଅନୁସଂଧାନ ପରେ ତୁରେକେଲା ପୋଲିସ ଆଇ. ଆଇ. ସି. ରମାକାନ୍ତ ସାହୁ ଅଧିକ ଅନୁସଂଧାନ ଜାରି ରଖିଥିଲେ । ଏହା ପରେ ଅନୁସଂଧାନରୁ କଣ୍ଟାବାଞ୍ଜି ଥାନା ଉପକଣ୍ଠସ୍ଥ ଚଟୁଅନକା ଗାଁର ହିମାଂଶୁ ଓରଫ ଅଫତର ପୁଟେଲ( ୨୧)ଠାରୁ ଗାଡି ନଂ. ଓଡି୦୩ପି-୧୨୨୩ ଉଦ୍ଧାର ପରେ ଚଟୁଅନକାର ଅନ୍ୟ ସହଯୋଗୀ ଅଭିଯୁକ୍ତ ଯୋଗୀ ପୁଟେଲ(୨୩), ଦିଲଶନ ଦାଶ (୧୯) ଓ ଡଙ୍ଗାମରା ଗାଁର ବିଜୁ କାଣ୍ଡ (୨୨)କୁ ପୋଲିସ ଗିରଫ କରି ଅନୁସଂଧାନ କରିଥିଲା । ଅନୁସଂଧାନରୁ ଜଣାଯାଏ ଯେ ଏମାନଙ୍କ ଦ୍ୱାରା ତୁରେକେଲା, ବଙ୍ଗୋମୁଣ୍ଡା, ବେଲପଡା ଏବଂ ଟିକ୍ରାପଡା ଥାନା ଅଂଚଳରୁ ମଧ୍ୟ ଚୋରୀ ହୋଇଥିବା ସ୍ୱୀକାର କରିଥିଲେ । ଚଟୁଅନକାର ଅଫତାର ପୁଟେଲ, ବିଜୁ କାଣ୍ଡ, ଦିଲଶନ ଦାଶକୁ କଣ୍ଟାବାଞ୍ଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଯୋଗୀ ପୁଟେଲକୁ ବଙ୍ଗୋମୁଣ୍ଡା କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଖବରଦାତା ସମ୍ମିଳନୀରେ କଣ୍ଟାବାଞ୍ଜି ପୋଲିସ ଏସ. ଡି. ପି. ଓ. ଗୌରାଙ୍ଗ ଚରଣ ସାହୁ ତୁରେକେଲା ଥାନା ଆଇ. ଆଇ. ସି. ରମାକାନ୍ତ ସାହୁ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

eighteen + seventeen =