csstore

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି । ଏ ସବୁକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଜେପି ଯୁବ ନେତା ଆଶିଷ କୁମାର ମହାପାତ୍ରଙ୍କ ସମେତ ଅଞ୍ଚଳ ବାସୀ ଏକ ଲିଖିତ ଅଭିଯୋଗ ପତ୍ରକୁ କନ୍ଧମାଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜନାଜାତି, ଅନୁସୂଚିତ ଜାତି ଉନୟନ୍ନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡକୁ ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଗଣ୍ଡ ଉକ୍ତ ଅଭିଯୋଗ ପତ୍ର କୁ ତନଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଆଇଟିଡିଏ ବିଭାଗ ଅଧିକାରୀଙ୍କୁ ଡକାଇ ତୁରନ୍ତ ସମାଧାନ କରିବା ପାଇଁ ଅବଗତ କରାଇଥିଲେ ।ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ତ୍ଵରିତ ପଦକ୍ଷେପ ଅଞ୍ଚଳ ବାସୀଙ୍କ ଅଭାବ ଅସୁବିଧା ଭଳି ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ଅଞ୍ଚଳ ବାସୀ ଆଶା ସଂଚାର କରିଛନ୍ତି ।

jayashree
Leave A Reply

Your email address will not be published.