ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ମଳମୁଣ୍ଡା ଗ୍ରା.ପ. ଅନ୍ତର୍ଗତ କୁର୍ଲୁପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହେଉଥିିଲା । ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ବିଶିଷ୍ଟ କଂଗ୍ରେସ ନେତା ଉମାକାନ୍ତ ସାହୁ, କନିଷ୍ଠ ପୁତ୍ର ବ୍ଲକ କର୍ମଚାରୀ ସୁଶାନ୍ତ ସାହୁ, ୫ ଝିଅ ଓ ଜ୍ୱାଇଁ, ସାନନ୍ଦ କୁମାର ସାହୁ, ଅକୃର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଜ୍ୟେଷ୍ଠ ପୁତ୍ର ଉମାକାନ୍ତ ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସାହୁ ଜଣେ ଆଦର୍ଶ ଶିକ୍ଷକ ଥିଲେ ଓ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ୍‌ ଜଣାଶୁଣା ଥିଲେ । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ସ୍ୱଳ୍ପ ସଂପର୍କୀୟ ଓ ବନ୍ଧୁବର୍ଗଙ୍କୁ ନେଇ ଶବଦାହ କରାଯାଇଥିଲା । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି ।

Leave A Reply

Your email address will not be published.

one × 2 =

error: Content is protected !!