om academy

ବିକାଶ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ବଲାଙ୍ଗିର ସିଭିଲ ସୋସାଇଟିର ଅଭିନନ୍ଦନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଜିଲ୍ଲାର ସୁପୁତ୍ର ତଥା ସର୍ବ ପ୍ରଥମ ମୁଖ୍ୟ ଶାସନ ସଚିବ ଆସନ ଅଳଙ୍କୃତ କରିଥିବା ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିବାରୁ ବଲାଙ୍ଗିର ସିଭିଲ ସୋସାଇଟି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରୁଅଛି । ସୂଚନାଯୋଗ୍ୟ ଯେ, ବିକାଶ ପରିଷଦ ଗଠନ ହେଲା ଦିନ ଠାରୁ କୌଣସି ପ୍ରଶାସନିକ ଅଧିକାରୀ ଏହାର ଅଧ୍ୟକ୍ଷ ହୋଇ ନ ଥିଲେ । ଫଳରେ ତାହା ଲକ୍ଷ୍ୟ ଠାରୁ ଦୂରେଇ ଯାଇଥିଲା । ତେଣୁ ସୁଦକ୍ଷ ତଥା ବରିଷ୍ଟ ଶୀର୍ଷ ସ୍ଥାନର ପ୍ରଶାସନିକ ଅଧିକାରୀ ଶ୍ରୀ ତ୍ରିପାଠୀ ମହୋଦୟଙ୍କୁ ପରିଷଦର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଥିବାରୁ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ପରିଷଦ ଗଠନ ହେଲା ପରେ ବଲାଙ୍ଗିର ଜିଲ୍ଲାର ପରିସ୍ଥିତି ବଦଳିବା ପରିବର୍ତ୍ତେ ଶିଳ୍ପବିହୀନ ଅନୁନ୍ନତ, ଅବହେଳିତ, ଅଣ ଜଳସେଚିତ, ଦାଦନ ପ୍ରବଣ ପଛୁଆ ଜିଲ୍ଲାରେ ପରିଣତ ହୋଇଅଛି । ଏହାର ନିରାକରଣ ନିମନ୍ତେ ଦୃଷ୍ଟି ଦେଇ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ନବ ନିଯୁକ୍ତ ଅଧ୍ୟକ୍ଷ ମହୋଦୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସଭାପତି ନିଳମଣି ମିଶ୍ର, ସଂପାଦକ ମନରଂଜନ ମିଶ୍ର, ଉପ-ସଭାପତି ପ୍ରଭାକର ମିଶ୍ର, ମନରଂଜନ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଆଶାବ୍ୟକ୍ତ କରିଅଛନ୍ତି ।

Leave A Reply

Your email address will not be published.