jayashree

ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ହେଉଛି ଉତ୍କୃଷ୍ଟ କୌଶଳ ଏବଂ ଦଳଗତ କାର୍ଯ୍ୟର ପରିଣାମ, ଏବଂ ସେ ଦଳର ସଂକଳ୍ପକୁ ପ୍ରେରଣାଦାୟୀ ବୋଲି ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ଦଳର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶାବ୍ୟକ୍ତ କରିଥିଲେ ଯେ, ଏହି ସଫଳତା ସାରା ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟକ ହେବ ।
‘ଏକ୍ସ ’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି;
“ଭାରତୀୟ ହକି ପାଇଁ ଏକ ବିଶେଷ ମୁହୂର୍ତ୍ତ !
ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଆଣିଥିବା ମହିଳା ହକି ଦଳର ସଫଳତାରେ ଭାରତର ଲୋକମାନେ ଆନନ୍ଦିତ । ଏହା ହେଉଛି ଉତ୍କୃଷ୍ଟ କୌଶଳ ଏବଂ ଦଳଗତ କାର୍ଯ୍ୟର ପରିଣାମ । ସେମାନଙ୍କର ଦୃଢ଼ ସଂକଳ୍ପ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ । ଆଗାମୀ ପ୍ରୟାସ ପାଇଁ ଦଳକୁ ମୋର ଶୁଭେଚ୍ଛା । ଏହି ସଫଳତା ସାରା ଦେଶରେ ହକିର ଲୋକପ୍ରିୟତାରେ ଯୋଗଦାନ କରୁ: ପ୍ରଧାନମନ୍ତ୍ରୀ @narendramodi “

Leave A Reply

Your email address will not be published.