pakka

ବଲାଙ୍ଗିର ଡିଏଫ୍‌ଓ ଅଫିସର ସିସିଟିଭି ଚୋରି ମାମଲାର ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ଅଫିସର ସିସିଟିଭି ଚୋରି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବର ୯ ତାରିଖ ରାତିରେ ବଲାଙ୍ଗିର ଡିଏଫ୍‌ଓ ଅଫିସରୁ ସିସିଟିଭି ଚୋରି ହୋଇଥିବା ବେଳେ ତା’ ପରଦିନ ୧୦ ତାରିଖରେ ଏସଂକ୍ରାନ୍ତରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଟାଉନ ପିଏସ୍‌ କେଶ ନଂ. ୬୦୯/ ତା.୧୦.୧୨.୨୧ ଦଫା ୩୭୯ଆଇପିସି ଅଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ସ୍ଥାନୀୟ ବୟନ୍ତ୍ରୀପଡାର ଘୁଣ୍ଡୁ ନାଏକ(୧୯)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଡିପିଓ ଶ୍ରୀ ବାଗ । ଅଭିଯୁକ୍ତ ଠାରୁ ଚୋରି ହୋଇଥିବା ସିସିଟିଭି ଜବତ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

1 × 5 =