ଏଫ୍‌ଏମ୍‌ କଲେଜ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଏଫ୍‌ ଏମ୍‌ କଲେଜ ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ ନୀଳଗିରି ବ୍ଲକ ମର୍ଦ୍ଦରାଜପୁର ଅଞ୍ଚଳର ଶଙ୍କର ଓରଫ ହରିହର ପାତ୍ର(୨୧) । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଶଙ୍କରକୁ ଗିରଫ କରିଛି । ସୂଚନା ମୁତାବକ, ଏଫ୍‌ ଏମ୍‌ କଲେଜ କ୍ୟାମ୍ପସ ଭିତରେ ସପରିବାର ରହୁଛନ୍ତି ଜଣେ ପ୍ରାଧ୍ୟାପକ । ଶନିବାର ଅପରାହ୍ଣରେ ପ୍ରାଧ୍ୟାପକ ଜଣକ ଘରେ ନ ଥିଲେ । ଏହାର ସୁଯୋଗ ନେଇ ଶଙ୍କର ତାଙ୍କ ଘରକୁ ଯାଇଥିଲା । ଗ୍ୟାସ୍‌ ଡେଲିଭରୀ ବୟ ବୋଲି ନିଜକୁ ପରିଚୟ ଦେଇ ଘର ଭିତରକୁ ପଶିବା ସହ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସିବା ଭୟରେ ଶଙ୍କର ସେଠାରୁ ପଳାଇଯାଇଥିଲା । ଏନେଇ ପ୍ରାଧ୍ୟାପକ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ କେସ ନଂ ୧୩୧/୨୫ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ।

jittmm
Leave A Reply

Your email address will not be published.