csstore

ଜାଲ୍ ସାର୍ଟିଫିକେଟ୍ ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବଡ଼ ଖବର । ପୁଣି ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ । ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଏକ ବଡ଼ ଖବର ମିଳିଛି । ତେବେ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ଏବେ ୨୫କୁ ବୃଦ୍ଧି ପାଇଛି । ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗିର ଥାନା ମୁରିବାହଲର କୁଳମଣି ରାଣା (୨୪), ବଲାଙ୍ଗିର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨), ବଲାଙ୍ଗିର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ଏବଂ ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ (୪୫) ।

jayashree
Leave A Reply

Your email address will not be published.