ନିସ୍ତେଜକ ଇଞ୍ଜେକସନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗରେ ଟିଟିଲାଗଡ଼ ବଲାଙ୍ଗିର ରାସ୍ତା ଅବରୋଧ କଲେ ସ୍ଵାଧୀନ ପଡ଼ା ବାସିନ୍ଦା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ୧୧ ତାରିଖ ଦିନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିବା ମିତା ବେହେରାଙ୍କୁ ଜୀବନ ଜ୍ୟୋତି ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ରାତିରେ ଅସ୍ତ୍ରୋପଚାର ସରିବା ପରେ ହୋସ୍‌ ନଆସିବାରୁ ଡାକ୍ତର ମୋହନ ଲାଲ ଜୈନ ବଲାଙ୍ଗିରକୁ ସ୍ଥାନାନ୍ତର କରିଥିଲେ । ବାଟରେ ମିତା ବେହେରାଙ୍କ ଜୀବନ ଚାଲିଯାଇଥିଲା । ୧୨ ତାରିଖ ଅପରାହ୍ନ ୩ଟା ସମୟରେ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ରଖି ରାସ୍ତା ଅବରୋଧ କରିଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀରେ ଏବେ ହୋଇଛି ରାସ୍ତା ଅବରୋଧ । ପୋଲିସ ଆସି ବୁଝାସୁଝା କରିବା ପରେ ବି ସମାଧାନ ହୋଇନାହିଁ ।

Leave A Reply

Your email address will not be published.