ମହିଳାଙ୍କ ବେକରୁ ଚେନ୍‌ ଲୁଟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗାଇସିଲେଟ ରୋଡ଼ କଲ୍ୟାଣ ମଣ୍ଡପ ସମ୍ମୁଖରେ ବାଇକ ପଛପଟେ ବସିଥିବା ମହିଳାଙ୍କ ବେକରୁ ଦୁଇଟି ଚେନ ଲୁଟ ହୋଇତିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସନ୍ଧ୍ୟା ୫ଟା ୩୦ ସମୟରେ ଗାଇସିଲେଟ ପଟରୁ ପଦ୍ମପୁର ପଟକୁ ଆସୁଥିବା କବିବରପୁର ଗାଁର ଦମ୍ପତି ତାଙ୍କ ପୁଅ ସହ ଫେରୁଥିଲେ । ବାଟରେ ପଛପଟୁ ପିଛା କରି ଲୁଟେରା ଚଳନ୍ତି ବାଇକରୁ ମହିଳାଙ୍କ ବେକରୁ ଚେନ ଟାଣିଥିଲେ ଫଳରେ ବାଇକ ଭାରସାମ୍ୟ ହରାଇ ଦମ୍ପତି ତଳେ ପଡ଼ିଯାଇଥିଲେ । ବେକରୁ ଅଧ ଚେନ ଛିଣ୍ଡି ଯାଇଥିବା ବେଳେ ଚୋର ପଦ୍ମପୁର ପଟକୁ ଫେରାର ହେବାରେ ସଫଳ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

20 − 11 =