pakka

ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ ଅନିୟମିତତା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ ଅନିୟମିତତା ଅଭିଯୋଗ ନେଇ ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ । ଅଭିଯୋଗ ଅନୁଯାୟୀ, ମାଟିଆଭଟା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଆରଏସ ସୁଧର୍ମା ବେହେରା କାର୍ଯ୍ୟାଳୟକୁ ନିୟମିତ ଭାବରେ ଆସୁନଥିବା ବେଳେ ଆର୍ଥିକ ଅନିୟମିତତା କରୁଥିବା, ଏପରିକି ସରପଞ୍ଚଙ୍କ ଅଜାଣତରେ ଫାଇଲ ପାସ କରୁଥିବା ଅଭିଯୋଗ କରିଛନ୍ତି ମାଟିଆଭଟା ଗ୍ରାମବାସୀ । ଏ ବିଷୟରେ ମାଟିଆଭଟା ସରପଞ୍ଚ ସନ୍ତୋଷିନୀ ବରିହାଙ୍କୁ ପଚାରିବାରୁ ତାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ ସାହୁ ଓ ଜିଆରଏସ ସୁଧର୍ମା ବେହେରା କୌଣସି ବିଷୟରେ ନ ପଚାରି ପଞ୍ଚାୟତର ସବୁ ଫାଇଲ କାମ କରୁଥିବା ଓ ମନ ଇଚ୍ଛା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା କହିଛନ୍ତି ।

Leave A Reply

Your email address will not be published.

20 + seventeen =