csstore

ମରଣାନ୍ତକ ଆକ୍ରମଣ ଅଭିଯୋଗ ନେଇ ସଦର ଥାନା ଦ୍ୱାରସ୍ଥ ହେଲେ ମଧୁ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ ଅଭିଯୋଗ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମଧୁ ବାଗ । ଅଭିଯୋଗ ଅନୁଯାୟୀ ଗତ ରାତିରେ ମଧୁ ବାଗ ନିଜ ପରିବାର ସହ ରାତ୍ରୀ ଭୋଜନ କରୁଥିବା ବେଳେ ଗାଁର ଝଲିଆ ମାହାର ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅଙ୍କୁ ଅସମ୍ମାନ କରୁଥିବା କହି ମଧୁ ବାଗଙ୍କୁ ଶାବଳ, ଟାଙ୍ଗିଆ ଧରି ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମଧୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଲହୁ ଲୁହାଣ ହୋଇ ପଡିଥିବା ବେଳେ ଏନେଇ ସେ ସଦର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.