pakka

ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇ ବର୍ଷ ହେଲା ନଳକୂପ ଅଚଳ ଥିବା ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂପଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପଂଚାୟତ ତଥା ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ସତ୍ତ୍ୱେ ମଧ୍ୟ ଏହା ସଚଳ ହୋଇ ପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । କେବଳ ଏତିକି ନୁହେଁ ସମ୍ପୃକ୍ତ ନଳକୂପ ସମସ୍ୟା ନେଇ ଲୋଇସିଂହା ବିଡ଼ିଓ ଏବଂ ବିଧାୟକ ମହୋଦୟଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । କିନ୍ତୁ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ସମସ୍ୟାଟିକୁ ସଂପୃକ୍ତ ଜେଇଙ୍କ ଦୃଷ୍ଟିକୁ ଅଣାଯିବାରୁ ସେ କହିଲେ, ଏବେ ପଇସା ନାହିଁ ନଳକୂପ ମରାମତି ବା ନୁଆ ନଳକୂପ କରାଯାଇ ପାରିବ ନାହଁ ।

ରାତି ପାହିଲେ ନିର୍ବାଚନ, ଏଠାରେ ୩୫୦୦ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ପୋଲିଂ ପାର୍ଟି ରାତ୍ରୀ ଯାପନ କରିବେ । ଏଣୁ ଯଥା ଶୀଘ୍ର ନଳକୂପ ମରାମତି କରିବା ତଥା ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତାକୁ ଅଣଦେଖା କରିଥିବାରୁ ସମ୍ପୃକ୍ତ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

8 + 6 =

error: Content is protected !!