pakka

ପଞ୍ଚସଖା ଗଳିରେ ସିସି ଟିଭି ଯୋଗୁଁ ଚୋର ଧରା ପଡିଲା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରପାଲିପଡା ପଞ୍ଚସଖା ଗଳିରେ ନୁର ମହମ୍ମଦ କୁରେସିଙ୍କ ଘରକୁ ଚୋରି କରିବାକୁ ପଶିଥିବା ରାଜ ଦଲାଇକୁ ଲୋକେ ଧରିବାରେ ସକ୍ଷମ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ପିସିଆରକୁ ଖବର ଦେଇ ତାକୁ ପୋଲିସ ହାତରେ ହସ୍ତାନ୍ତର କରାଯାଇଛି । ଗତ ଫେବୃୟାରୀ ୧ ତାରିଖ ସକାଳ ୭.୧୦ ସମୟରେ ସେ କୁରେସିଙ୍କ ଘରକୁ ପଶି ଘ.୭.୧୯ ମି.ରେ ଚୋରି କରି ଘରୁ ବାହାରି ଥିବା ସିସି ଟିଭିରେ ରେକର୍ଡ ହୋଇଛି । ତା ପୂର୍ବରୁ ସେ ଅନେକ ଚୋରି ଘଟଣାରେ ସଂପୃକ୍ତ ଥିବା ସମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସିସି ଟିଭିରୁ ତିନି ଗୋଟି ଚୋରି ମାମଲାର ତଥ୍ୟ ଜଣାପଡି ଜିନିଷ ଉଦ୍ଧାର କରି ପୋଲିସକୁ ଦିଆଯାଇଛି । ସିସି ଟିଭିର ଉପକାରିତା ଯୋଗୁଁ ଏହି ଅଂଚଳର ଲୋକେ ନିଜକୁ ନିରାପଦ ମନେ କରୁଛନ୍ତି । ଏଥିରେ କମିଟିର ଆର୍ତ୍ତତ୍ରାଣ ମିଶ୍ର, ଗୋପଭୂଷଣ ନାଥ, ଅର୍ଜୁନ ହୋତା, ବିଷ୍ଣୁ ପ୍ରସାଦ ସାହୁ, ରମେଶ ଚନ୍ଦ୍ର ନାଥ, ନରସିଂହ ଗଉଡ, ଜୟରାଜ ବହିଦାର, ଭବାନି ଶଙ୍କର ନାଏକ ଆଦି ସାହାଯ୍ୟ କରିଥିଲେ ।

jay balangir
Leave A Reply

Your email address will not be published.

13 − seven =