csstore

ଓଶୋ ଜୀବନ ଜାଗୃତି କେନ୍ଦ୍ରର ନିଶୁଳ୍କ ଧ୍ୟାନ ସମାଧି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଶୋ ଜୀବନ ଜାଗୃତି କେନ୍ଦ୍ର ରାଉରକେଲା ତରଫରୁ ୩ ଦିନ ବ୍ୟାପୀ ଧ୍ୟାନ ସାଧନା ଶିବିର ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଆଚାର୍ଯ୍ୟ ଶ୍ରୀ ଜଗନ୍ନାଥଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଓ ସହର ବାହାରୁ ବହୁ ବ୍ୟକ୍ତି ଆସି ପ୍ରଶିକ୍ଷଣ ନେଇଥିଲେ । ଏହି ଅବସରରେ ଧ୍ୟାନ ସମ୍ପର୍କିତ ଶିକ୍ଷାକୁ ସହଜ ଉପାୟରେ ଜଣାଇବା ସହ ଜୀବନ ଯାତ୍ରାରେ କିପରି ପ୍ରୟୋଗ କରାଯିବ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । ଏନେଇ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ କହନ୍ତି ଯେ ସମ୍ପ୍ରତି ସଂସାର ଆଜି କଳୁଷିତ । ସମସ୍ତେ ବ୍ୟସ୍ତ, ତ୍ରସ୍ତ ଓ ବିଶୃଙ୍ଖଳାରେ ପୂର୍ଣ୍ଣ । ଅନାବଶ୍ୟକ ଇଚ୍ଛା ଆକାଂକ୍ଷା ମନକୁ ଭାରାକ୍ରାନ୍ତ କରୁଛି । ସେଥିରୁ ମୁକ୍ତି ପାଇଁ ଆନନ୍ଦ, ପ୍ରେମ ସହ ବିଶ୍ରାମ ସହ ଧ୍ୟାନର ପ୍ରୟୋଗ କରିବା ଦରକାର । ଏହାସହ ସେ ତନ, ମନ, ୨ ପ୍ରକାର ଧ୍ୱନି ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ଧ୍ୟା ସମୟରେ ଧ୍ୟାନର ପ୍ରୟୋଗ ସମ୍ପର୍କରେ ଧାରଣା ଦିଆଯାଇଥିଲା । ଧ୍ୟାନ ଶିକ୍ଷାର ପ୍ରୟୋଗ ମାଧ୍ୟମରେ କିପରି ସଫଳ ସଂସାରୀ ମଣିଷ ହୋଇପାରିବ ସେ ସମ୍ପର୍କରେ ମାର୍ଗଦର୍ଶନ କରାଯାଇଥିଲା । ଶେଷରେ ରାଜଲକ୍ଷ୍ମୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏଠାରେ ଅଂଶଗ୍ରହଣ କରିଥିବା ସନ୍ୟାସୀ ଗଣ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ଶେଷରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା । ସ୍ନେହଲତା ଓ ଉଷାରାଣୀ ଓଶୋ କବିତା ପାଠ କରିଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ମୋହନ ଚରଣ ମଣ୍ଡଳ, ରୀତା ମହାପାତ୍ର, ଗଦାଧର ନାୟକ, ସ୍ନେହଲତା ପଟ୍ଟନାୟକ, କୁନ୍ତଳା କୁମାରୀ ନାୟକ, ସଚ୍ଚିକାନ୍ତ ନାୟକ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ପ୍ରଜ୍ଞା ପଟ୍ଟନାୟକ, ଭାଗ୍ୟଲତା ପଟ୍ଟନାୟକ, ଉର୍ବଶୀ ଦାଶ, ବିଷ୍ଣୁମୋହନ ମହାନ୍ତି, ରଶ୍ମିପ୍ରଭା ରାୟ, ଆଲୋକ କୁମାର ନାୟକ, ଉଷାରାଣୀ ଆଚାର୍ଯ୍ୟ, ପଞ୍ଚାନନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.