csstore

ପଦ୍ମପୁର ବିଧାନସଭା ସ୍ତରୀୟ ସଦସ୍ୟତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ଠାରେ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ୱରେ ନେଇଥିବା ବେଳେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲଙ୍କ ସଭାପତିତ୍ୱରେ ପଦ୍ମପୁର ବିଧାନସଭା ସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪ର ମହାପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ତଥା ମାର୍ଗ ଦର୍ଶକ ଭାବେ ବରଗଡ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ମାର୍ଗଦର୍ଶନ କରିଥିବା ବେଳେ ମଞ୍ଚାସୀନ ଥିବା ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ଗାପ୍ରସାଦ ଅଗ୍ରୱାଲ, ହରିହର ସାହୁ ମଧ୍ୟ ସଦସ୍ୟତା ଅଭିଯାନ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ବିଧାନ ସଭାର ସମସ୍ତ ବିଜେପି ଜିଲ୍ଲା ପରିଷଦ ସଦସ୍ୟ, ବରିଷ୍ଠ କାର୍ଯ୍ୟକର୍ତ୍ତା ସମେତ ଅପେକ୍ଷିତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.