ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦୁର୍ଗୀ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ମାଁ ପାଇଁ ଗଛ ଟିଏ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୁର୍ଗୀ ପଞ୍ଚାୟତରେ ମୋଦୀ ଜୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଗୀ ପଞ୍ଚାୟତର ସରପଞ୍ଚ ବିଜୟ କୁମୁରୁକାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପିଇଓ ପ୍ରମୋଦ ମିଶ୍ରଙ୍କ ଉପସ୍ଥିତରେ ଗଛ ଲଗା ଏବଂ ସଫେଇ ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା ଓ ନୂତନ ଭାବେ ଗଠିତ ଜାଗୃତି ଏସ୍‌ଏଚ୍‌ଜିର ମହିଳା ମାନଙ୍କ ସହଯୋଗରେ ଦୁର୍ଗୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରୁ ଆରମ୍ଭ କରି ସାରା ଗ୍ରାମ, ବଜାର ସଫେଇ ଓ ରାସ୍ତା କଡରେ ବିଭିନ୍ନ ପ୍ରକାର ଗଛ ଲଗାଇବା ସହ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପିଇଓ ପ୍ରମୋଦ ମିଶ୍ର କହିଥିଲେ ଯେ, ଗାଁ ପରିମଳ ସଫା ରହିଲେ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ଓ ଗଛ ଲଗାଇଲେ ପରିବେଶ ସୁସ୍ଥ ରହିବା ସହ ଉତ୍ତମ ସ୍ୱାସ୍ଥ୍ୟ ସହ ନିରାମୟ ପରିବେଶ ଗଠନ ହୋଇପାରିବ । ଏମ୍‌ବିକେ ଶାନ୍ତି ପାଢୀ, ସବିତା ଗୌଡ, ସୁଦେବୀ ଦଳେଇ, ଟିକି, ଶିଶିର ପାତ୍ର, ଅନିଲ ପାଢୀ ଓ ଲକ୍ଷ୍ମୀକାନ୍ତ ମାଦଳା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!