pakka

ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ । ନିଷ୍ପତ୍ତି ଅନୁସାରେ ପ୍ରତି ଗୁରୁବାର ଓ ରବିବାର ହେବ ଡ୍ରାଏ ଡେ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କଲା ବିଏମ୍‌ସି । ଡ୍ରାଏ ଡେ ଅବସରରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଏବଂ ଅନ୍ୟାନ୍ୟ ପଦାଧିକାରୀ ବିଭିନ୍ନ ୱାର୍ଡ ବୁଲି ପରିଦର୍ଶନ କରିଛନ୍ତି । ପାଣି ଜମୁଥିବା ସ୍ଥାନରେ ଏଡିସ୍ ମଶା ବୃଦ୍ଧି ଶୃଙ୍ଖଳ ଭାଙ୍ଗିବାକୁ ରାଜଧାନୀବାସୀଙ୍କୁ ବିଏମ୍‌ସି ନିବେଦନ କରିଛି । ଏତଦ୍ ବ୍ୟତୀତ ଲୋକମାନଙ୍କୁ ସଚେତନ କରିବା ପାଇଁ ରାଜଧାନୀରେ ସଚେତନତା ରଥ ବୁଲିବ । ସ୍କୁଲ, କଲେଜ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ସଚେତନତା ଅଭିଯାନ ବ୍ୟାପକ ହେବ ।

Leave A Reply

Your email address will not be published.

fourteen − 13 =