pakka

ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ

ବାଡମେର୍‌ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର୍‌ ଜିଲ୍ଲାର ପୋଲିସର ନିଦ ହଜାଇ ଦେଇଛି । ପୋଲିସ ପକ୍ଷରୁ ଏଭଳି ର‍୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ରାଜସ୍ଥାନ ବାଡମେର୍‌ ପୋଲିସ ଟିମକୁ ଏନେଇ ସଫଳତା ମିଳିଛି । ସୀମାବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଜବତ କରାଯାଇଛି । ସେଥିମଧ୍ୟରେ ୩ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ, ୬ ମାଗାଜିନ ଏବଂ ୨୩ କାର୍ଟ୍ରିଜ ରହିଛି । ଏହା ସହିତ ୧୮ କିଲୋଗ୍ରାମ ୫୦୦ ଗ୍ରାମ ବେଆଇନ ଡୋଡା ପପି(ଅଫିମ) ମଧ୍ୟ ଜବତ କରାଯାଇଛି । କାର୍ଯ୍ୟରତ ପୋଲିସ ଅଧୀକ୍ଷକ ନରପତ ସିଂଙ୍କ ଅନୁଯାୟୀ, ଏହି ବତନ୍ତ୍ର ଅପରେସନରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ପଚରା ଉଚରା କରାଯିବା ସହିତ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

1 × 1 =