csstore

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘରର ବାର୍ଷିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ସଂଘର ସଭାପତି ନିଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାର ଠାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଂଘର ଅନେକ ସଭ୍ୟଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ସଂଘର ସଭ୍ୟମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ବିଶେଷତଃ କେତେକ ସଭ୍ୟଙ୍କ ପେନସନ ପାଇ ପାରି ନ ଥିବାରୁ ସେଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପତ୍ରାଳପ କରାଯିବାକୁ ସ୍ଥିର କରାଯାଇଥିଲା । ସଂଘର ଏକ ସ୍ମରଣିକା ପ୍ରକାଶ କରାଯିବାକୁ ଆଲୋଚନା ହୋଇଥିଲା । ସଂଘ ତରଫରୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା ଯଥା ପାଣି ଛତ୍ର ଓ ଗରିବ ମେଧାବୀ ଛାତ୍ରମାନଙ୍କୁ ପୁସ୍ତକ ଆଦି ବଣ୍ଟନ କରାଯିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ସଂଘର ନିଜସ୍ୱ ସଭାଗୃହ ନ ଥିବାରୁ ଜିଲ୍ଲାପାଳଙ୍କୁ ସଂଘ ପାଇଁ ଏକ ପ୍ଲଟ ଦିଆଯିବାକୁ ପତ୍ରାଳାପ କରାଯିବାକୁ ପ୍ରସ୍ତାବ ଗୃହୀତ ହେଲା । ଅନ୍ୟ ଏକ ଆଲୋଚନା କ୍ରମେ ସଂଘର ବରିଷ୍ଠ ନାଗରିକମାନଙ୍କୁ କରୋନା ଟୀକା ଦେବା ପାଇଁ ମୁଖ୍ୟ ଚିକିତ୍ସାଳୟ ତରଫରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ବିଷୟରେ ସୁବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଗୃହୀତ ହେଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସଂଘର ପୂର୍ବତନ ସଭାପତି ବିନୋଦ ବିହାରୀ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ସତ୍ୟବନ୍ତ ବେଦବାକ ସଭାରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ କୁମାର ମିଶ୍ର, ସଂପାଦକ ରଘୁନାଥ ମିଶ୍ର, ଗୋବିନ୍ଦ ଚନ୍ଦ୍ର ମିଶ୍ର, ବୃନ୍ଦାବନ ବରାଳ, ଗୋପଭୂଷଣ ନାଥ, ପର୍ଶୁରାମ ନାୟକ, ହରେକୃଷ୍ଣ ପଟେଲ, ବୃନ୍ଦାବନ ମିଶ୍ର, ଧର୍ମବ୍ରତ ରଥ, ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଦୀପ ସାହୁ, ଶ୍ରଦ୍ଧାକର କମ୍ପ, ବାସୁଦେବ ନାଗ, ମନୋରଂଜନ ମିଶ୍ର, ଲୋକନାଥ ନେପାକ, ଲକ୍ଷ୍ମଣ କୁମାର ଜାଲ, ରାମଜୀ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.