pakka

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

bbehera

ତରଭା, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଂକର୍ଶଣ ପଣ୍ଡା ଅବସର ନେଇଛନ୍ତି । ସେଥିପାଇଁ ସ୍କୁଲରେ ଶିକ୍ଷକ ଓ ପରିଚାଳନା କମିଟି ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ନବୀନ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ପ୍ରଧାନଶିକ୍ଷକ ଚୈତନ୍ୟ ବାରିକ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବବର୍ଦ୍ଧିତ କରିଥିଲେ । ଶ୍ରୀ ପଣ୍ଡା ରାଜପାଲି ଗ୍ରାମର ମୂଳନିବାସୀ ହୋଇଥିବା ବେଳେ ଜଣେ ମେଧାବୀ ଭାବରେ ଛାତ୍ରବୃତ୍ତି ପାଇ ସୋନପୁର ମହାରାଜା ହାଇସ୍କୁଲ ଓ ପରେ ସୋନପୁର କଲେଜ ଓ ସିଟିସ୍କୁଲରେ ଶିକ୍ଷାଲାଭ କରି ଚାକିରୀ ଜୀବନ ଆରମ୍ଭ କରିଥିଲେ । ତରଭା ଚାରଭଟା ନିକଟସ୍ଥ ବିଲେଇବେର୍ଣ୍ଣା ପ୍ରାଥମିକ ସ୍କୁଲରୁ ଚାକିରୀ ଜୀବନ ଆରମ୍ଭ କରି ଶେଷରେ ଦେଉଳପଦର ସ୍କୁଲରୁ ଅବସର ନେଇଛନ୍ତି । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ବୋଲି ଉପସ୍ଥିତ ଶିକ୍ଷକମାନେ ମତ ଦେଇଥିଲେ ।

Leave A Reply

Your email address will not be published.

12 + one =