pakka

ବରପାଲିରେ ବିଦ୍ୟୁତ କାଟ୍‌କୁ ନେଇ ଉତ୍ତେଜନା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟିଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗରେ ଆଜି ବରପାଲିର ଜନସାଧାରଣ ବିଦ୍ୟୁତ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରେ ବିଧାୟିକା ରୀତା ସାହୁ ଘଟଣାସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀ ଜିଲ୍ଲାରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତକୁ ନେବା ପରେ ବିଦ୍ୟୁତ ବଣ୍ଟନ ଠିକ୍ ଭାବେ ହୋଇପାରୁ ନାହିଁ । ସବୁ ସମୟରେ ବିଦ୍ୟୁତ କଟା କରାଯାଉଥିବା ବେଳେ ବିନା ମିଟର ରିଡିଙ୍ଗରେ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି । ଏହାର ବ୍ୟତିକ୍ରମ ହେଲେ ଲାଇନ୍ କାଟି ଦିଆଯାଉଛି । ଏପରି ଜୁଲୁମର ପ୍ରତିବାଦରେ ଲୋକେ ବିଦ୍ୟୁତ ଅଫିସ ଘେରାଉ କରିଥିଲେ ।

Leave A Reply

Your email address will not be published.

5 − 3 =