pakka

ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

bbehera
  • ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଲୋକପ୍ରିୟ କରିବ ଏହି କେନ୍ଦ୍ର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସମ୍ମାନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନେତୃତ୍ୱ ନେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ ‘ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର, ଲକ୍ଷ୍ନୌ’ ଯୁବକମାନଙ୍କ ମଧ୍ୟରେ ସମ୍ମାନନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଆହୁରି ଲୋକପ୍ରିୟ କରିବ । ଏହି ପ୍ରୟାସର ନେତୃତ୍ୱ ନେଇଥିବାରୁ ମୁଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରୁଛି” ।

Leave A Reply

Your email address will not be published.

fourteen + 10 =