pakka

ଅବସର ନେଲେ କନିଷ୍ଠ ସହାୟକ ରାମ ପ୍ରଧାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଲ ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ରାମ ପ୍ରଧାନ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବିଦ୍ୟାଳୟର ମୋ’ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ଦୀର୍ଘ ୩୪ ବର୍ଷ ଧରି ଶ୍ରୀ ପ୍ରଧାନ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ସେବା ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଳକା ବେହେରା ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ପ୍ରଧାନଙ୍କ ଅବସର ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେଉ ବୋଲି ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଛାତ୍ର ଛାତ୍ରୀ ଶୁଭକାମନା ଜଣାଇଥିଲେ ।

jay balangir
Leave A Reply

Your email address will not be published.

5 × 5 =