csstore

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଅତାବିରା ବ୍ଲକ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ଅତାବିରା ବ୍ଲକ ଅତାବିରା ନିର୍ବାଚନ ମଣ୍ଡଳୀର ସଭ୍ୟଙ୍କ ଦ୍ୱାରା ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ୨୬ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନ ମନ୍ତ୍ରୀ ଆବାସ ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କୁ ଦଣ୍ଡ ଓ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା ଦାବୀରେ ଅତାବିରା ବ୍ଳକକୁ ଘେରାଉ କରାଯାଇଥିଲା ଏବଂ ଉଚିତ୍ କାର୍ଯ୍ୟନୁଷ୍ଠାନ ପାଇଁ ଅତାବିରା ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ଦେବା ଅବସରରେ ଅତାବିରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କୁଶ କୁମ୍ଭାର, ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର, ଜେପି ଯୁବରାଜ ପଧାନ, ମହିଳା ମୋର୍ଚା ସଭାନେତ୍ରୀ ତଥା ସାଂସଦ ପ୍ରତିନିଧି ସୁନନ୍ଦା ମେହେର, ଯୁବ ମୋର୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା, ସାଂସଦ ପ୍ରତିନିଧି ବିପିନ ଭୋସାଗର, ରାଜ୍ୟ ଏସ୍‌ସି ମୋର୍ଚା କାର୍ଯ୍ୟକିରାଣୀ ସଦସ୍ୟ ପରକ୍ଷିତ ଛତର, ମଣ୍ଡଲ ସଭାପତି ସତ୍ୟନାରାୟଣ ଭୋଇ, ପଂଚାନନ ଗୁରୁ, ଭିମ୍‌ସେନ୍ ମଲ୍ଲିକ, ଧନେଶ୍ୱର ପାଢୀ, ବରିଷ୍ଠ ବିଜେପି ନେତା ଦଶରଥ ଭୋଇ, ଅଶ୍ୱିନି ତ୍ରିପାଠୀ, ଅର୍ଜୁନ ବାଗ, ଯିତୁ ଭୋଇ, ବିନୋଦ ପଣ୍ଡା, ମୋନୋରଂଜନ୍ ଭୋଇ, ବଳରାମ ମେହେର, ବଳରାମ ଭୋଇ, ନିର୍ମଲ ସାହୁ, କୁଶ ପ୍ରଧାନ, ବିକାଶ ଗଡତିଆ, ସୂର୍ଯ୍ୟକାନ୍ତି ସାହୁ, ହୃଷିକେଶ ଦୀପ ଏବଂ ଅନ୍ୟାନ୍ୟ ବିଜେପି ସଭ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.