ଅର୍ଦ୍ଧ ନିର୍ମିତ ଜୀରା ନଦୀ ପୋଲ ସଂପୂର୍ଣ୍ଣ ଦାବୀରେ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରି ନାହିଁ । ଅନ୍ୟପକ୍ଷରେ ଜୀରା ନଦୀ ଉପରେ ନିର୍ମିତ ଫେୟାରୱେଦର ରାସ୍ତା ବର୍ଷା ହେଲେ ଥରକୁ ଥର ଧୋଇ ହୋଇଯାଇଛି । ଫଳରେ ବରଗଡ଼ ସହରରୁ ଅମ୍ବାପାଲି ଅଧିକାଂଶ ସମୟ ବିଚ୍ଛିନ୍ନ ହୋଇପଡୁଛି ଏବଂ ବିଶେଷ କରି ଅମ୍ବାପାଲି ଓ ଆଖପାଖ ଗ୍ରାମର ଲୋକ ସହରକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ପୋଲ ନିର୍ମାଣ କାର୍ଯ୍ୟରେ ଏଭଳି ଶୀଥିଳତାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି ସକାଳୁ ଅମ୍ବାପାଲିବାସୀ ରାସ୍ତାରୋକ୍‌କୁ ଓହ୍ଲାଇଛନ୍ତି । ଫଳରେ ବରଗଡ-ବଲାଙ୍ଗିର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖାଯାଇଥିଲା । ରାସ୍ତାରୋକ୍‌ରେ ପ୍ରିତମ ସିଂ, ପବିତ୍ର ଦେହୁରୀ ସମେତ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.

four + eighteen =