pakka

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଅଧିକ ପଞ୍ଚାୟତ ଅନ୍ଧାରରେ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି । ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନରେ ୫୯ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡି ପଡିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହେବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଥିଲା । ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଖବର ପାଇବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଓ ରାସ୍ତାରୁ ଗଛ ହଟାଇବା ପରେ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇପାରିଥିଲା । ସେହିପରି ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି । ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ବ୍ଲକ ଋତୁଙ୍ଗିଆ ଆଦି ୧୦ ପଞ୍ଚାୟତର ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

five × 2 =

error: Content is protected !!