ପାର୍ବଣ ଋତୁ ପୂର୍ବରୁ ଆକ୍ସନ୍‌ ମୁଡ଼୍‌ରେ ଅବକାରୀ ବିଭାଗ

ରାଉରକେଲା : ପାର୍ବଣ ଋତୁ ପୂର୍ବରୁ ଆକ୍ସନ ମୁଡରେ ରାଉରକେଲା ଅବକାରୀ ବିଭାଗ । କଥାରେ ଅଛି ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏ । ଯାହାକି ରାଉରକେଲା ସହରରେ ଦେଖିବାକୁ ମିଳିଛି । ଅବକାରୀ ବିଭାଗ ଏସ୍‌ପି ଜସିକେତନ ବରିଆଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଦିନ ଗୋଟାଏ ବେଳେକୁ ବ୍ରାହ୍ମଣୀ ତରଙ୍ଗ ଥାନା ଅର୍ନ୍ତଗତ ଶାରଳା ଗ୍ରାମ ପାଖରୁ ଦୁଇଜଣଙ୍କୁ ଅବକାରୀ ବିଭାଗ କାବୁ କରିଥିଲା । ସେମାନେ ହେଲେ ଶତ୍ରୁଘନ ପଶାୟତ ଓ ସୁକାନ୍ତି ଜୋଜୋ । ଦୁଇଜଣଙ୍କ ଠାରୁ ୨୭୦ ଲିଟର ନକଲି ମଦ ଜବତ ହୋଇଥିଲା । ସେଥିରେ ଆଇକୋନିକ, ରୟାଲ ଷ୍ଟ୍ରଙ୍ଗ, ଗୋଲ୍ଡ କପ୍, ଇମ୍ପ୍ରରାଲ ବ୍ଲୁ ବ୍ରାଣ୍ଡ ଗୁଡିକ ଦେଖିବାକୁ ମିଳିଥିଲା । ତାହା ସଙ୍ଗେ ସଙ୍ଗେ ୨ଟି ସ୍କୁଟି ଜବତ ହୋଇଛି । ଏସ୍‌ପିଙ୍କ କହିବା ଅନୁଯାୟୀ ଦୁଇଜଣ ଏହି ନକଲି ମଦ ଝାଡଖଣ୍ଡ ରାଜ୍ୟରୁ ଆଣି ଢ଼ାବା ଓ ପାନ ଦୋକାନ ଗୁଡିକୁ ଦେଉଥିଲେ । ଦୁଇଜଣ ଅଭିଯୁକ୍ତଙ୍କ ନାମରେ ଆଗରୁ କେସ୍‌ ରୁଜୁ ଅଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଅସାଧୁ ବ୍ୟବସାୟୀମାନେ ନକଲି ମଦ ଆଣି ସହରର ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଭଳି ବେପାରୀଙ୍କ ଉପରେ କଡା ନଜର ରଖିଛି ରାଉରକେଲା ଅବକାରୀ ବିଭାଗ ।

Leave A Reply

Your email address will not be published.